ଭୁବନେଶ୍ୱର: ଅପ୍ରେଲ୨୦: ମାଟିରେ ମିଶିଲା ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ଥିବା ତାରିଣୀ ମନ୍ଦିର । ବିଡିଏ, ବିଏମସି ଏନଫୋର୍ସଟିମ୍ ତାରିଣୀ ମନ୍ଦିରକୁ ଉଚ୍ଛେଦ କରିଛି । ସ୍ମାର୍ଟ ସିଟି ପ୍ରକଳ୍ପ ନେଇ ରାସ୍ତା ପ୍ରଶସ୍ତ ପାଇଁ ଉଚ୍ଛେଦ ଚାଲିଥିଲା । ଏଥିରେ ବିଏମ୍ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍ ନିୟୋଜିତ ଥିଲେ । ଏହି କ୍ରମରେ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଥିବା ତାରିଣୀ ମନ୍ଦିର ଉପରେ ଚାଲିଛି ବୁଲ୍ଡୋଜର । ଆଉ ମାଟିରେ ମିଶିଯାଇଛି ପୁରା ମନ୍ଦିର । ତେବେ ଏହି ଉଚ୍ଛେଦ ବେଳେ କିଛି ବ୍ୟବସାୟୀ ଓ ମନ୍ଦିର ପୂଜକମାନେ ବିରୋଧ କରିଥିଲେ । ଏପିରିକି କିଛି ସମୟ ପାଇଁ ଚାପା ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । କିନ୍ତୁ ପରେ ମାହୋଲ ଠିକ୍ ହେଇଥିଲା।

Comments are closed.