ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ର ପାଲଟାଙ୍କୁ OPSCର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଏଡିଏମ୍, ସ୍ମାର୍ଟସିଟି ଲିମିଟେଡ ଜିଏମ୍ ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର, ଗଞ୍ଜାମ ଏଡିଏମ୍ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସିକା ସମବାୟ ଚିନିକଳ ପରିଚାଳନା ନିର୍ଦ୍ଦେଶକ ଏବଂ ଏସ୍ଟି/ଏସ୍ସି ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଶୁଭେନ୍ଦ୍ର ସାମଲଙ୍କୁ ଯାଜପୁର ଏଡିଏମ୍ ଭାବେ ବଦଳି କରାଯାଇଛି।
ଏହା ସହ ଯାଜପୁର ଏଡିଏମ୍ ଦିବ୍ୟଲୋଚନ ମହାନ୍ତଙ୍କୁ କଟକ ଅବକାରୀ ଯୁଗ୍ମ କମିଶନର, ବାଲିଗୁଡ଼ା ଆଇଟିଡିଏ ପିଏ ମଧୁସୂଦନ ବେହେରାଙ୍କୁ ଭୁବନେଶ୍ୱର ସବ୍କଲେକ୍ଟର, ଓଏସଏସସି ସେକ୍ରେଟାରି ସୂର୍ଯ୍ୟସ୍ମିତା ସାହୁଙ୍କୁ ଓଡ଼ିଶା ନିର୍ମାଣ ନିଗମ ପ୍ରଶାସନିକ ଅଧିକାରୀ, ଆଠମଲ୍ଲିକ ସବ୍ କଲେକ୍ଟର ତରଣୀ ସୁନାଙ୍କୁ ବଲାଙ୍ଗୀର ଜିଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ମନୋଜ କୁମାର ତ୍ରିପାଠୀଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ଏହାପୂର୍ବରୁ ଜଗନ୍ନାଥ୍ରସାଦର ତହସିଲଦାର ଥିଲେ ମନୋଜ ତ୍ରିପାଠୀ। ଅନ୍ୟପଟେ ଧର୍ମଶାଳା ତହସିଲଦାର ଥିବା ସ୍ବାଗତ ଦାସଙ୍କୁ ବିଏମସିର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

Comments are closed.