ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ – ୮ ମୃତ

ମହାରାଷ୍ଟ୍ର : ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ମହାରାଷ୍ଟ୍ର ନାଗପୁର ଭଣ୍ଡାରା ଜବାହାରନଗର ସ୍ଥିତ କାରଣଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଆଜି ଦିନ ୧୧ ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ସୂଚନାନୁସାରେ,ଆଜି ସକାଳ ପ୍ରାୟ ୧୧ ଟା ସମୟରେ ମହାରାଷ୍ଟ୍ର ଭଣ୍ଡାରା ଜବାହାରନଗର ସ୍ଥିତ ଅସ୍ତ୍ରଶସ୍ତ୍ର କାରଖାନାର ସି ସେକ୍ସନ ୨୩ ବିଲ୍ଡିଂରେ ହଠାତ ବିସ୍ଫୋରଣ ଘଟିଥିଲା । ଏନେଇ ଜିଲ୍ଲାପାଳ ସଞ୍ଜୟ କୋଲଟେ ସୂଚନା ଦେଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହା ୫ କି.ମି. ଦୂର ଯାଏଁ ଶୁଣାଯାଇଥିଲା । ସ୍ଥାନୀୟ ଅଂଚଳରେ କେତେକ କୋଠା ମଧ୍ୟ ଭୁଶୁଡି ପଡିଥିଲା । ବିସ୍ପୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ଦୁର୍ଘଟଣା ପରେ କାରଖାନାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବିସ୍ଫୋରଣ ଯୋଗୁ ଏକ ଛାତ ଭୁଶୁଡ଼ି ପଡ଼ିଥିବାରୁ ତାହା ତଳେ ୧୩ରୁ ୧୪ ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଜେସିବି ସହାୟତାରେ ଭଗ୍ନାଂଶଗୁଡ଼ିକୁ ବାହାର କରାଯାଉଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କାରାଯାଉଛି । କାରଖାନାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦୁଃଖପ୍ରକାଶ କରିବା ସହିତ ଆହତମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

Govt

Comments are closed.