ବର୍ତ୍ତମାନ ବାହାଘରକୁ ନେଇ ଅନେକ ଅଜବ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା କଟକଣାକୁ ଆଖିରେ ରଖି ବିଭିନ୍ନ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା ଚଳାଇଛନ୍ତି । କେଉଁଠି ଭର୍ଚୁଆଲ ୍୍ୱେୱଡିଂ ହେଉଛି ତ ଅନ୍ୟ କେଉଁଠି ଖୁବ କମ ଲୋକରେ ବିବାହ ହେଉଛି । ସେହିଭଳି କୋଲକାତାର ଗୋଟିଏ ବାହାଘରକୁ ନେଇ ଚର୍ଚ୍ଚା ଖୁବ ଜୋରରେ ହେଉଛି । ଏହି ବିବାହଟି ଗୁଗୁଲମିଟ୍ରେ ହେବାକୁ ଯାଉଛି ।

ଜାନୁଆରୀ ୨୪ରେ ହେବାକୁ ଥିବା ଏହି ବିବାହରେ ସମସ୍ତ ଗେଷ୍ଟ ଗୁଗୁଲ ମିଟ୍ରେ ଯୋଗଦେବାକୁ ଥିବା ବେଳେ ଗେଷ୍ଟଙ୍କ ପାଇଁ ଖାଦ୍ୟ ଅଭିନବ ଉପାୟରେ ସେମାନଙ୍କ ପାଖରେ ପହଞ୍ଚିବ । ଏଥିପାଇଁ ମଧ୍ୟ ଅନ୍ଲାଇନ୍ର ସହାୟତା ନିଆଯାଇଛି । ଗେଷ୍ଟଙ୍କ ଘରେ ଅନ୍ଲାଇନ୍ ଫୁଡ ଡେଲିଭରି ଜମାଟୋ ସାହାଯ୍ୟରେ ଭୋଜି ଖାଇବା ପହଞ୍ଚାଯିବ ।

Comments are closed.