ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ପରିମାଣର ମାରିଜୁଆନା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ଏହି ଘଟଣାରେ ୩ ଜଣ ଯୁବକ ଧରାପଡ଼ିଛନ୍ତି । ବ୍ୟାଙ୍କକରୁ ଆସିଥିବା ବିମାନରେ ମାରିଜୁଆନା ନେଇ ଆସିଥିବାବେଳେ ଭୁବନେଶ୍ୱର କଷ୍ଟମ ବିଭାଗ ହାତରେ ଧରାପଡ଼ିଛନ୍ତି ଏହି ୩ ଯୁବକ । ତାଙ୍କ ଘର ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ ।