ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲା ବିରୋଧୀ ଦଳ ନେତା ମାରିଆ କୋରିନା ମୋଚାଡୋ ପାଇବେ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାବାସୀଙ୍କ ଗଣତାନ୍ତ୍ରିକ ଅଧିକାର ପାଇଁ ଲଢୁଥିଲେ ମାରିଆ । ଏକଛତ୍ରବାଦୀ ଶାସନର ଅନ୍ତ ଘଟାଇବା ପାଇଁ ଏକ ଶାନ୍ତିପୂର୍ଣ୍ଣ ସଂଘର୍ଷର ନେତୃତ୍ୱ ନେଇଥିବାରୁ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ତେବେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନାଁ ବାଦ ପଡିଛି । ପୂର୍ବରୁ ଡୋନାଲଡ ଟ୍ରମ୍ପଙ୍କୁ ନୋବେଲ ମିଳିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଗତ କିଛି ମାସ ହେବ ଅନେକ ଦେଶ ମଧ୍ୟରେ ଯୁଦ୍ଧର ସମାପ୍ତି କରି ଶାନ୍ତି ଆଣିଥିବା ଦାବି କରିଆସୁଥିବା କହୁଥିଲେ ଟ୍ରମ୍ପ। ଏହା ସହ ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ଦାବି କରୁଥିଲେ । ସେ କହିଥିଲେ “ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି, ଯାହା ଏହା ପୂର୍ବରୁ କେବେ ହୋଇନାହିଁ। କିନ୍ତୁ ନୋବେଲ କମିଟିକୁ ଯାହା କରିବାର ଥିବ ସେ କରିବେ। ସେମାନେ ଯାହା କରନ୍ତି ତାହା ଠିକ୍ । ମୁଁ କୌଣସି ପୁରସ୍କାର ପାଇଁ ଯୁଦ୍ଧ ବନ୍ଦ କରିନାହିଁ। ମୁଁ ଅନେକ ଜୀବନ ବଞ୍ଚାଇବାକୁ ଏଭଳି କରିଛି।
