ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

0

ମାଲକାନଗିରି : ପୁଣି ମୁଣ୍ଡ ନେଲେ ମାଓବାଦୀ । ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେପି କର୍ମୀ ସତ୍ୟମ ପୁନେମଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ହତ୍ୟାକାଣ୍ଡ । ସତ୍ୟମଙ୍କ ଘର ଉସୁର ଥାନା ମଞ୍ଜାଲକାଙ୍କେର ଗାଁରେ । ସୋମବାର ବିଳମ୍ବିତ ରାତିରେ ରାତିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ସଶସ୍ତ୍ର ନକ୍ସଲ ତାଙ୍କ ଘରେ ପଶି ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ଆଣି ପୁଲିସ ଇନଫର୍ମର୍‌ ଦର୍ଶାଇ ପିଟିଥିଲେ। ପରେ ପରିବାର ଲୋକଙ୍କ ସାମନାରେ ନିର୍ମମ ଭାବେ ହତ୍ୟା କରିଥିଲେ।

ଖବର ପାଇ ମଙ୍ଗଳବାର ସକାଳେ ପୁଲିସ ଗାଁରେ ପହଞ୍ଚି ସତ୍ୟମଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସତ୍ୟମ ବିଜେପିର ଜଣେ ଆଗଧାଡ଼ିର କର୍ମୀ ଥିଲେ। ତାଙ୍କ ମୃତ୍ୟୁରେ ପୂର୍ବତନ ମନ୍ତ୍ରୀ ମହେଶ ଗାଗଡ଼ା ଦୁଃଖ ପ୍ରକାଶ କରିବା ସହ ସତ୍ୟମଙ୍କ ମୃତ୍ୟୁ ବିଜେପି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ନକ୍ସଲ ମୃତଦେହ ନିକଟରେ ଏକ ପୋଷ୍ଟର୍‌ ମଧ୍ୟ ଛାଡ଼ି ଯାଇଛନ୍ତି। ସେଥିରେ ସତ୍ୟମ ପୁଲିସ ପାଇଁ କାମ କରୁଥିବା ଉଲ୍ଲେଖ ରହିଛି। ମଦେଡ ଏରିଆ କମିଟି ଏହି ହତ୍ୟା କରିଥିବା ସ୍ବୀକାର କରିଛି। ପୂର୍ବରୁ ପୁଲିସକୁ ସହଯୋଗ କରିବାରୁ ନିବୃତ୍ତ ରହିବା ପାଇଁ ନକ୍ସଲ ୩ ଥର ସତ୍ୟମକୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ବେ ସତ୍ୟମ ସହଯୋଗ କରୁଥିବାରୁ ହତ୍ୟା କରାଗଲା ବୋଲି ନକ୍ସଲ ସଂଗଠନ କହିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.