ପ୍ରଜା କୋର୍ଟରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

0

ମାଲକାନଗିରି : ପୁଣି ମୁଣ୍ଡ ନେଲେ ମାଓବାଦୀ । ପ୍ରବଳ ମାଓ ଦମନ ସତ୍ତ୍ୱେ ମଝିରେ ମଝିରେ ମାଓବାଦୀଙ୍କ ରକ୍ତପାତ ଜାରି ରହିଛି । ପ୍ରଜାକୋର୍ଟରେ ଜଣେ ସ୍ଥାନୀୟ ଆଦିବାସୀଙ୍କୁ ବର୍ବରତାର ସହ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେର ଜିଲ୍ଲାରେ ହିଂସା କାଣ୍ଡ ଭିଆଇଛନ୍ତି ଲାଲ ବାହିନୀ । ମୃତକ ହେଲେ ବିଣାଗୁଣ୍ଡା ଗାଁର ମନୀଷ ନୁରୁତି । ସୋମବାର ଦିନ ସଶସ୍ତ୍ର ମାଓବାଦୀମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ମଙ୍ଗଳବାର ଦିନ ପ୍ରଜାକୋର୍ଟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ବାକି ଅନ୍ୟ ଦୁଇ ଆଦିବାସୀ ଯୁବକଙ୍କୁ ମାଡ ମାରି ଛାଡି ଦେଇଛନ୍ତି ।

ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ମାଓ ହିଂସା । ଛୋଟେବେଠିଆ ଥାନା ଅନ୍ତର୍ଗତ ବିଣାଗୁଣ୍ଡା ଗାଁର ଜଣେ ଆଦିବାସୀ ଯୁବକଙ୍କୁ ପ୍ରଜା କୋର୍ଟରେ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଶହ ଶହ ଗ୍ରାମବାସୀଙ୍କ ସମ୍ମୁଖରେ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଘୋଷଣା କରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ ବାହିନୀ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମାଓବାଦୀଙ୍କ ପରତାପୁର ଏରିଆ କମିଟି ବ୍ୟାନର ଲଗାଇ ହତ୍ୟା କରିଥିବା ନେଇ ସୂଚନା ଦେଇଛି।

ଅନ୍ୟପଟେ,ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲାରେ ୪ହାର୍ଡକୋର୍‍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୀର୍ଘଦିନ ଧରି ଓଡ଼ିଶା-ଛତିଶଗଡ ସୀମାରେ ସକ୍ରିୟ ଥିଲେ ଏହି ୪ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୨୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

Govt
Leave A Reply

Your email address will not be published.