ଅସ୍ତ୍ରବିରତି ଘୋଷଣା କଲେ ମାଓ ସଂଗଠନ

ମାଲକାନଗିରି : ସୁରକ୍ଷାକର୍ମୀଙ୍କ ମାରାଥନ ଅପରେସନ ଯୋଗୁଁ ଭୁସୁଡୁଛି ମାଓ ଦୁର୍ଗ । ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ । ମାଓ ବିରୋଧୀ ଅପରେସନ ପରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓ ସଂଗଠନ । ଏନେଇ ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଅସ୍ତ୍ର ତ୍ୟାଗ କରିବା ପାଇଁ ଏକ ମାସ ସମୟ ମାଗିଛି ନକ୍ସଲ ବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ନିଜ ଘୋଷଣାରେ ଅସ୍ତ୍ରତ୍ୟାଗ ଓ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ବୋଲି କହିଛି ।

୨୦୨୬ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ ଉପଲବ୍ଧି ବୋଲି କୁହାଯିବ ।

ସୁରକ୍ଷାକର୍ମୀଙ୍କୁ ମାସେ ଯାଏ ଅପରେସନ ବିରାମ ପାଇଁ ନିବେଦନ କରାଯାଇଛି । ଛତିଶଗଡ ସରକାରଙ୍କୁ ଆସିଥିବା ମାଓବାଦୀଙ୍କ ଶାନ୍ତି ଚିଠିରେ ପ୍ରଥମ ଥର ଏଭଳି ଭାବେ ଶାନ୍ତି ବାର୍ତ୍ତା ରଖିଛନ୍ତି ମାଓବାଦୀ । ଚିଠିରେ କିଛି ଇ-ମେଲ୍‍ ଆଇଡ଼ି ରହିଛି । ଗଲା କିଛି ମାସରେ ମାଓ ଦମନ ଅଭିଯାନରେ ଟପ୍‍ ମାଓ କମାଣ୍ଡର ମାନେ ନିହତ ହେବା ପରେ ମାଓ ସଂଗଠନ ଶେଷରେ ମୁଣ୍ଡ ନୁଆଁଇଛି ।

Launching Ceremony of “AYUSHMAN BHARAT

Comments are closed.