ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । କାଲିମେଳା ଥାନା ଭେଜାଙ୍ଗିୱାଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହି ମାଓ ଡମ୍ପକୁ ଠାବ କରିଛନ୍ତି ୧୪୨ ବାଟାଲିଆନର ବିଏସଏଫ ଜବାନ । କାଲିମେଳା ବ୍ଲକ ଅନ୍ତର୍ଗତ ଟେଲରାଇ ପଞ୍ଚାୟତର ଦୟଲଗୁନ୍ତି ଗ୍ରାମ୍ୟ ଜଙ୍ଗଲରେ ଏହି ଡ଼ମ୍ପ ଉଦ୍ଧାର କରାଯାଇଛି।
ଦୟାଳତୂଙ୍ଗ ଗାଁ ପାଖରେ ଥିବା ଏକ ଗୁମ୍ଫା ଭିତରେ ତଲାସୀ କରିବା ବେଳେ ମାଓବାଦୀଙ୍କ ଏକ ଡମ୍ପ ଜବାନଙ୍କ ହାତରେ ଲାଗିଥିଲା । ଏହି ମାଓ ଡ଼ମ୍ପରେ ୩ଟି ଟିଫିନ ବୋମା, ଜିଲୋଟିନ, ବିଦ୍ୟୁତ ତାର, ନକ୍ସଲ ପୋଷାକ, ନକ୍ସଲ ପୁସ୍ତକ ଇତ୍ୟାଦି ୧୭ରୁ ଊର୍ଦ୍ଧ୍ୱ ଜିନିଷ ମିଳିଛି। ଏହାସହ ୬୨ଟି ଜିଲୋଟିନ ଷ୍ଟିକ୍, ବେଟେରୀ, ବିଦ୍ୟୁତ ତାର, ସୋଲାର ପେନାଲ ଇତ୍ୟାଦି ରହିଥିଲା । ଲ୍ୟାଣ୍ଡମାଇନ ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରିବା ଲାଗି ଏହି ସବୁ ବିସ୍ଫୋରକ ସାମଗ୍ରୀ ଏକାଠି କରିଥିବା ବିଏସଏଫ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.