ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ ସଫଳତା । ଘଂଚ ଜଙ୍ଗଲ ଭିତରେ କୁମ୍ବି ଅପରେସନ କରିବା ସମୟରେ ଠାବ ହେଲା ବଡ ଧରଣର ମାଓ ଡମ୍ପ । ମାଲକାନଗିରି ଜିଲ୍ଲାର ଏମଭି ୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଜଙ୍ଗଲରେ ଡିଭିଏଫ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନ ମାନେ ମାଓବାଦୀଙ୍କର ଏହି ଡମ୍ପକୁ ଠାବ କରିଥିଲେ ।
ଯାହା ମଧ୍ୟରେ ଗୋଟିଏ ଏସଏଲଆର ବନ୍ଧୁକ, ଏସଏଲଆର ମାଗାଜିନ, ୪ଟି ଚାର୍ଜର, ୫୦ଟି ଏସଏଲଆର ଗୁଳି ସହ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ ହୋଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ବୋଲି ମାଲକାନଗିରି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ।

Comments are closed.