ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ଓ ଢେଙ୍କାନାଳର ମେଡିକାଲ ଛାତ୍ରଛାତ୍ରୀ

ରାଉରକେଲା/ଙ୍କୋନାଳ:ଫେବୃଆରୀ ୨୫: ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ । ପୁଟିନ୍‌ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍‌ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ରଛାତ୍ରୀ ଏବେ ୟୁକ୍ରେନରେ ଫସି ରହିଥିବା ଖବର ମିଳିଛି ।
ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ଓ ଢେଙ୍କାନାଳର ମେଡିକାଲ ଛାତ୍ରଛାତ୍ରୀ

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ଓ ଢେଙ୍କାନାଳର ୨ ମେଡିକାଲ ଛାତ୍ରଛାତ୍ରୀ । ରାଉରକେଲାର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ସହରରେ ଥିବା ମେଡିକାଲ କଲେଜରେ ପାଠ ପଢୁଛନ୍ତି । ୨୦ ଜଣ ଛାତ୍ରଛାତ୍ରୀ ରାଉରକେଲାର ବାସନ୍ତୀ କଲୋନୀ, ଛେଣ୍ଡ, ସେକଫର -୪, ସେକଫର-୧୮, ସେକଫର -୧୯, ସେକଫର-୨୦, ଜଗଦା, ଫାର୍ଟିଲାଇଜର, କୋଏଲନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସେଠାରେ ସମସ୍ତେ ହଷ୍ଟେଲରେ ଥିବାବେଳେ ଯୁଦ୍ଧ ପାଇଁ ମେସ ବନ୍ଦ ହୋଇସାରିଲାଣି । ଏବେ ସମସ୍ତଙ୍କୁ ବଙ୍କରକୁ ନେବାକୁ ସେଠାକାର ସରକାର ସମସ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେକଫର-୪, ବି’ ବ୍ଲକରେ ରହୁଥିବା ଜଣେ ଆରଏସପି କର୍ମଚାରୀଙ୍କ ଝିଅ ସଲୋନୀ ଜେନା ଏବେ ଖାର୍କିଭ ନେସନାଲ ମେଡିକାଲ ୟୁନିଭର୍ସିଟିରେ ପଞ୍ଚମ ବର୍ଷ ଛାତ୍ରୀ । ସେହିଭଳି ଢେଙ୍କାନାଳ ସହରର ଗୋବିନ୍ଦପୁରର ନିବାସୀ ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ଓ ବାଇପାସ ନିବାସୀ ଆଦିତ୍ୟ ମହାପାତ୍ରଙ୍କ ପୁତ୍ର ଆଶାଦିତ ମହାପାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି ।

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ଓ ଢେଙ୍କାନାଳର ମେଡିକାଲ ଛାତ୍ରଛାତ୍ରୀ
ଦୁଇ ଜଣ ମେଡିକାଲ ପଢିବା ପାଇଁ ୟୁକ୍ରେନ ଯାଇଥିଲେ । ଅଶାଦିତ ତୃତୀୟ ବର୍ଷର ମେଡିକାଲ ଛାତ୍ର ହୋଇଥିବା ବେଳେ ଟିକେଟ ନମିଳିବାରୁ ଆଶାଦିତ ୟୁକ୍ରେନରୁ ଫେରି ପାରିନାହାନ୍ତି । ସେହିଭଳି ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଫସିରହିଛନ୍ତି । ତିନିମାସ ତଳେ ସେ ଏମବିବିଏସ ପଢ଼ିବା ପାଇଁ ଯାଇଥିଲେ । ୨୦ ବର୍ଷୀୟ ସୁପ୍ରୀତ ସ୍ୱାଇଁ ବିନିସ୍ତା କଲେଜରେ ଏବେ ରହୁଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ସହ ଗୁରୁବାର କଥା ହୋଇଛନ୍ତି । କଲେଜ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଯେ କୌଣସି ମୂହୁର୍ତ୍ତରେ ତାଙ୍କୁ ବିମାନରେ ପଠାଯାଇପାରେ ବୋଲି ତାଙ୍କ କଲେଜ ତରଫରୁ କୁହାଯାଇଥିବା ସୁପ୍ରୀତଙ୍କ ମା’ କହିଛନ୍ତି ।

Govt

Comments are closed.