ସାମଗ୍ରୀ- ୨୫୦ଗ୍ରାମ ଆମ୍ବର ବହଳିଆ ରସ, ୨ଗ୍ରାମ ଗୁଜୁରାତି ଗୁଣ୍ଡ, ୨୦୦ଗ୍ରାମ ଖୀର, ପୂର୍ବ ପ୍ରସ୍ତୁତ ଗୋଲାପ ଜାମୁ , ଏକ ଗ୍ରାମ ପେସ୍ତା, ୨୫୦ ଗ୍ରାମ ଚାଉଳ, ୩୫୦ ଗ୍ରାମଚିନି ।
ପ୍ରଣାଳୀ- ପ୍ରଥମେ ଚାଉଳକୁ ବତୁରାଇ ଧୋଇନିଅନ୍ତୁ । ଏହାପରେ ଖୀର ଗରମ କରନ୍ତୁ, ଏଥିରେ ଚାଉଳ ମିଶାଇ ଏହାକୁ ରାନ୍ଧନ୍ତୁ । ଏହାକୁ ସିଝିବାକୁ ଦିଅନ୍ତୁ । ପରେ ଏଥିରେ ଚିନି ମିଶାନ୍ତୁ । ଚିନି ଗୋଳାଇବା ପରେ ଏଥିରେ ଆମ୍ବରସ ଓ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । କିଛି ସମୟ ପରେ ଏହାକୁ ନିଆଁରୁ କାଢି ଥଣ୍ଡା କରିବା ପରେ ଫ୍ରିଜ୍ରେ ରଖନ୍ତୁ । ଏହି ଥଣ୍ଡା ଫିରିନ୍କୁ କାଢି ସେଥିରେ ଗୋଲାପଜାମୁ ଓ ପେସ୍ତା ବାଦାମ ପକାଇ ପରଷନ୍ତୁ ମ୍ୟାଙ୍ଗୋ ଜାମୁନ୍ ଫିରିନି ।

Comments are closed.