ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

କଟକ: ମାର୍ଚ୍ଚ ୨୯: ମାନସ ସ୍ୱାଇଁ ହତ୍ୟା ମାମଲା । ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଏହାସହ ସହଯୋଗୀ ଝୁନା, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରଂଜନ ନାୟକଙ୍କୁ ବି ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍‌ ଟିମ୍‌ । ଭଦ୍ରକ ଜେଲ୍ରୁ ଏହି ୪ ଅଭିଯୁକ୍ତଙ୍କୁ ଆଣି କଟକ କ୍ରାଇମବ୍ରାଞ୍ଚ ଅଫିସ୍ରେ କଡା ସୁରକ୍ଷାବଳୟ ଭିତରେ ପଚରାଯିବ। ତେବେ ବର୍ତ୍ତମାନସୁଦ୍ଧା ହତ୍ୟା ପଛର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ହତ୍ୟା ପଛରେ ଲିଙ୍କ ଥିବା ମେମୋରୀ ଚିଫର ମଧ୍ୟ କୌଣସି ପତ୍ତା ମିଳୁନି । ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠିର ବି କୌଣସି ଖବର ନାହିଁ । ତେବେ ଏତେ ବଡ ଅପରାଧ ଘଟାଇବା ପଛର ପ୍ରକୃତ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ । ତେବେ ରିମାଣ୍ଡରେ ନିଆଯାଇଥିବା ଅଭିଯୁକ୍ତଙ୍କ ଆଜି ସବୁପ୍ରକାର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ରହିଛି ।

Comments are closed.