ଗିନିଜ ୱାର୍ଲଡ ରେକର୍ଡରେ ମନାସାନମାହା ସର୍ଟ ମୁଭି

ମୁମ୍ବାଇ: ଜୁଲାଇ ୦୫: ତେଲୁଗୁ ସର୍ଟ ଫିଲ୍ମ ମନାସାନମାହା ଗିନିଜ ବୁକ ଅଫ ୱାଲï ରେକର୍ଡରେ ବିଶ୍ୱର ସବୁଠାରୁ ଅଧିକ ପୁରସ୍କାର ପାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ଇତିହାସ ସୃଷ୍ଟି କରିଛି । ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଦୀପକ ରେଡିଙ୍କ ଏହି ଫିଲ୍ମ ୫୧୩ ଟି ଆୱାର୍ଡ ପାଇ ସାରିଲାଣି । କେବଳ ଜାତୀୟ ନୁହେଁ ବରଂ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିବା ଏଇ ସର୍ଟ ଫିଲ୍ମ, ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ପାଇଛି । ଏହି ସର୍ଟ ଫିଲ୍ମ ଇଣ୍ଡିଆନ ଫିଲ୍ମ ଫେସଟିଭାଲ ଅଫ ମେଲବର୍ଣ୍ଣ, ସାନ ଫ୍ରାନ୍ସିସ୍କୋ ଫ୍ରୋଜନ ଫିଲ୍ମ ଫେଷ୍ଟିଭାଲ ଓ ବେଙ୍ଗୋଲୁରୁ ଇଣ୍ଟରନ୍ୟାସନାଲ ସର୍ଟ ଫିଲ୍ମ ଫେଷ୍ଟିଭାଲ ସମେତ ଅନେକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇସାରିଛି । ଗଜଲା ସିଲ¬ାଙ୍କ ପ୍ରଯୋଜିତ ଏହି ସିନେମାରେ ବିରାଜ ଅଶ୍ୱିନ, ଦ୍ରିଶିକା ଚନ୍ଦର, ଶ୍ରୀବଲି ରାଘବେନ୍ଦର ଓ ପ୍ରିଥବୀ ଶର୍ମା ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି । ଖୁବ ସୁନ୍ଦର ଅଭିନୟ ସାଙ୍ଗକୁ ସିନେମାଟିରେ ଅତି ଉନ୍ନତମାନର ଭିଡିଓଗ୍ରାଫି ଦେଖିବାକୁ ମିଳିଛି । ଏହି ସିନେମାଟି ଅନେକ ସିନେପ୍ରେମୀ ଓ ସିନେ ନିର୍ମାତାମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି । ଏହା ଏତେ ଲୋକପ୍ରିୟତା ଲାଭ କରିଛି ଯେ ବହୁ ଚର୍ଚ୍ଚିତ ଲୋକପ୍ରିୟ ନିର୍ଦ୍ଦେଶକ ଗୌତମ ବାସୁଦେବ ମେନନ ଏହାକୁ ଓଣ୍ଡ୍ରାଗା ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ତାମିଲ ଭାଷାରେ ରିଲିଜ କରିଥିଲେ । ଅଲୁ ଅର୍ଜୁନଙ୍କ ବହୁ ପ୍ରଶଂସିତ ସିନେମା ପୁଷ୍ପାର ନିର୍ଦ୍ଦେଶକ ସୁକୁମାର ମଧ୍ୟ ଏହି କ୍ଷୁଦ୍ର ସିନେମାର ପ୍ରଶଂସା କରିଛନ୍ତି । ମେଜର ଫିଲ୍ମର ଅଭିନେତା ଆଦିବି ଶେଷ ଏହି ସିନେମାର ଉପଲବ୍ଧି ପାଇଁ ପ୍ରଶଂସା କରି ଟ୍ୱିଟରରେ ନିଜ ଭଲପାଇବା ଓ ଖୁସି ବ୍ୟକ୍ତ କରିଛନ୍ତି । କେବଳ ସେତିକି ନୁହେଁ, ଏହି ସିନେମା ଓସ୍କାର କ ୍ୱାଲିଫିକେସନ ରେସରେ ମଧ୍ୟ ସାମିଲ ହୋଇଥିଲା । ନିର୍ଦ୍ଦେଶକ ଦୀପକ ରେଡି ଏହି ଅବସରରେ ସିନେମା ନିର୍ମାଣ ସମୟର ସ୍ଥିତିକୁ ମନେ ପକାଇ କହିଥିଲେ, ଏହି ସିନେମାକୁ ରିଭର୍ସ ସ୍କ୍ରିନ ପ୍ଲେ ଜରିଆରେ କରିବା, ସେହି ସମୟରେ ଏତେ ସହଜ ନଥିଲା । ସିନେମାକୁ ମିଳୁଥିବା ପୁରସ୍କାର ତାଙ୍କୁ ଉତ୍ସାହିତ କରୁଥିବାର ସେ କହିଥିଲେ । ନାୟକ ବିରାଜ ଅଶ୍ୱିନ ଏଥିରେ ଖୁବ ସୁନ୍ଦର ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି । ଅଭିନେତ୍ରୀ ଦ୍ରିଶିକା ଚନ୍ଦରଙ୍କ ଏହା ପ୍ରଥମ ସିନେମା ଓ ସେ ମଧ୍ୟ ଅତି ସୁନ୍ଦର ଅଭିନୟ କରିଛନ୍ତି । ସେ ଅନୁପମ ଖେରଙ୍କ ଆକଫିଙ୍ଗ ସ୍କୁଲ-ଆକଫର ପ୍ରିପେରସର ଜଣେ ଆଲୁମିନି ହୋଇଥିବାରୁ ଏହି ସ୍କୁଲର ଇନଷ୍ଟାରେ ମଧ୍ୟ ତାଙ୍କ ସିନେମାର ଉପଲବ୍ଧି ପାଇଁ ଶୁଭେଛା ଦିଆଯାଇଛି ।

Comments are closed.