ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ କାଟି ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଲା ପ୍ରେମିକ

ଦିଲ୍ଲୀ: ମୁମ୍ବାଇରେ ହେଲା ପ୍ରେମ । ଦିଲ୍ଲୀରେ ରହିଲେ ଲିଭ୍‌ ଇନ୍‌ ରିଲେସନ୍‌ରେ ପ୍ରେମୀ ଯୁଗଳ । ବିବାହ ପାଇଁ ପ୍ରେମିକା ଜିଦ୍‌ କରିବାରୁ ପ୍ରେମିକ ତାକୁ ମାରି ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା । ଏହିପରି ପୌଶାଚିକ କାଣ୍ଡ ଘଟିଛି ଚଳିତ ବଷ ମେ ୧୮ ତାରିଖରେ ।

ତେବେ ୫ ମାସ ତଳ ଘଟିଥିବା ଏକ ହତ୍ୟାକାଣ୍ଡର ଗୁମର ଦିଲ୍ଲୀ ପୋଲିସ ଖୋଲିଛି । ଘଟଣା ଅନୁସାରେ, ମୁମ୍ବାଇର ଏକ କଲ ସେଣ୍ଟରରେ କାମ କରୁଥିଲା ଅଫତାବ୍‌ ଅମୀନ ପୁନାୱାଲା । ସେଠାରେ ୨୬ ବର୍ଷି୍ରୟା ସହକର୍ମୀ ଶ୍ରଦ୍ଧା ୱାକରଙ୍କ ସହ ଗଢି ଉଠିଥିଲା ତାଙ୍କର ପ୍ରେମ ସମ୍ପର୍କ । ଶ୍ରଦ୍ଧାଙ୍କ ବାପା ମହାରାଷ୍ଟ୍ର ପାଲଘରଠାରେ ପରିବାର ସହ ରହୁଥିଲେ । ପରେ ଦୁହେଁ ରିଲେସନସିପରେ ରହିବା କଥା ଘର ଲୋକ ଜାଣିବା ପରେ ଶ୍ରଦ୍ଧାଙ୍କ ବାପା ଝିଅକୁ ବିରୋଧ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଦିଲ୍ଲୀ ଚାଲିଯାଇଥିଲେ ଓ ସେଠାରେ ଏକ ଫ୍ଲାଟରେ ମିଶି ରହିଲେ । ଏହା ମଧ୍ୟରେ ପ୍ରେମିକା ଶ୍ରଦ୍ଧା ବିବାହ ପାଇଁ ଅଫତାବ ଉପରେ ଚାପ ପକାଇଥିଲା । ହେଲେ ମେ ୧୮ ତାରିଖରେ ବିବାହକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥିଲା । ଏଥିରେ ଶ୍ରଦ୍ଧା ବଡ଼ ପାଟିରେ ଚିତ୍କାର କରି ଝଗଡ଼ା କରିଥିଲେ । ସେମାନଙ୍କ ଝଗଡ଼ା ପଡ଼ୋଶୀ ଶୁଣିବା ଭୟରେ ଅଫତାବ୍‌ ପ୍ରେମିକା ଶ୍ରଦ୍ଧାର ମୁହଁକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଫଳରେ ଶ୍ରଦ୍ଧାର ମୃତୁ୍ୟ ହୋଇଥିଲା । ଏହାପରେ ପ୍ରେମିକ ଏକ ଧାରୁଆ ଅସ୍ତ୍ରରେ ଶ୍ରଦ୍ଧାକୁ ମୃତଦେହକୁ ୩୫ ଖଣ୍ଡ କରି କାଟିବା ପରେ ଏହାକୁ ପଲିଥିନରେ ପୁରାଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ।
ହତ୍ୟା ଘଟଣାର କିଛି ଦିନ ପରେ ଶ୍ରଦ୍ଧାଙ୍କ ବାପା ଝିଅର ଫୋନକୁ ବାରମ୍ବାର ଫୋନ କରିଥିଲେ ବି କିଛି ଉତ୍ତର ମିଳିନଥିଲା । ଫଳରେ ଶ୍ରଦ୍ଧା ରହୁଥିବା ଭଡା ଘରକୁ ଯାଇଥିଲେ ବାପା । ଘରେ ତାଲା ପଡିଥିବା ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ସେ ତୁରନ୍ତ ଯାଇ ପୋଲିସରେ ଖବର ଦେଇଥିଲେ । ପୋଲିସ ଆରମ୍ଭ କରିଥିଲା ତଦନ୍ତ । ପୋଲିସ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ଆଫତାବକୁ ଖୋଜି ଗିରଫ କରିଥିଲା । ଆଉ ଅଫ୍‌ତାବ ସବୁ ସତ କଥା ମାନିଯାଇଥିଲା । ବିବାହ କରିବାକୁ ଶ୍ରଦ୍ଧା ଚାପ ପକାଇବାରୁ ତାକୁ ହତ୍ୟା କରିଥିବା ଏବଂ ୩୫ ଖଣ୍ଡ କରି କାଟି ଫୋପାଡିଥିବା ମାନିଥିଲା । ପୋଲିସ ସେହି ସବୁ ସ୍ଥାନକୁ ଯାଇ ଶ୍ରଦ୍ଧାର ମୃତଶରୀର ଖଣ୍ଡ ଏକାଠି କରିଥିଲା ।

Launching Ceremony of “AYUSHMAN BHARAT

Comments are closed.