ରାଷ୍ଟ୍ରପତିଙ୍କ ପ୍ରତି ଅରୁଚିକର ମନ୍ତବ୍ୟ,କ୍ଷମା ମାଗିଲେ ମମତା

କୋଲକାତା : ନିଜ ଦଳର ମନ୍ତ୍ରୀ ଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ମମତା I ଦେଶ ର ସର୍ବୋଚ୍ଚ ନାଗରିକ ମହାମହୀମ ରାଷ୍ଟ୍ରପତିଙ୍କ ପ୍ରତି ଟିଏମସି ମନ୍ତ୍ରୀ ଅଖିଳ ଗିରି ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମମତା ବାନାର୍ଜୀ I କ୍ଷମା ପ୍ରାର୍ଥନା କରି ମମତା କହିଛନ୍ତି ଯେ ଏଭଳି ମନ୍ତବ୍ୟ ତାଙ୍କ ଦଳ ସଂସ୍କୃତିର ଅଂଶ ନୁହେଁ। ମମତା କହିଛନ୍ତି ଯେ, ଏହି ପ୍ରସଙ୍ଗରେ ମୋ ଦଳ ଆଗରୁ ଭୁଲ ମାଗି ସାରିଛି। ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ I ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କହିଛନ୍ତି ଯେ, ‘ସେ ଜଣେ ବହୁତ ଭଲ ମହିଳା ଅଟନ୍ତି । ମୁଁ ମୋ ଦଳର ବିଧାୟକଙ୍କ ଶବ୍ଦକୁ ନିନ୍ଦା କରୁଛି । ଏଥି ପାଇଁ ମୁଁ କ୍ଷମା ମାଗୁଛି।’

ସୂଚନାନୁସାରେ ଶହୀଦ ଦିବସ ସମାରୋହ ଅବସରରେ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଏକ ସଧାରଣ ସଭାକୁ ଉଦ୍ବୋଧନ ଦେବାବେଳେ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି ତାଙ୍କ ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କୁ ଆକ୍ଷେପ କରିଥିଲେ I ଏହି ସମୟରେ ସେ ନିଜ ଭାଷଣରେ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ I ଏହାକୁ ବିଜେପି ପକ୍ଷରୁ ଘୋର ବିରୋଧ କରାଯାଇଥିଲା I ଏହାସହ ବିଭିନ୍ନ ଆଦିବାସୀ ସଂଗଠନ ଗୁଡିକ ମଧ୍ୟ ଅଖିଳ ଗିରିଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ I

ଅନ୍ୟପଟେ ଅଖିଲଙ୍କ ଗିରଫଦାରି ଏବଂ କ୍ୟାବିନେଟରୁ ବହିଷ୍କାର ଦାବିରେ ଭାଜପା ପକ୍ଷରୁ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା , ମୁଖ୍ୟମନ୍ତ୍ରୀ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଦାବିକରିଥିଲେ । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ରାଜ୍ୟ ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ ସୋମବାର କଲିକତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏହି ପିଟିସନରେ ଅଖିଲ ଗିରିଙ୍କୁ ସମ୍ବିଧାନର ସର୍ବୋଚ୍ଚ ପଦବୀକୁ ଅସମ୍ମାନ କରି ଦଣ୍ଡିତ କରିବାକୁ ଦାବି କରାଯାଇଛି। ସୋମବାର ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବଙ୍କ ବେଞ୍ଚରେ ଏହି ମାମଲା ଦାୟର କରାଯାଇ ଥିଲା I

Govt

Comments are closed.