ମଲ୍ଲିକାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା

ମୁମ୍ବାଇ: ଜୁଲାଇ ୧୪: ବଲିଉଡର ସବୁଠାରୁ ବୋଲï ଅଭିନେତ୍ରୀ ମଲ୍ଲିକା ଶେରାୱତ ପୁଣି ଥରେ ପରଦାକୁ ଫେରିବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କୁ ଫିଲ୍ମ ଆର.କେରେ ଦେଖିବାକୁ ମିଳିବ । ଫିଲ୍ମର ପ୍ରମୋସନ ସମୟରେ ମଲ୍ଲିକା ୨୦୦୪ରେ ଆସିଥିବା ତାଙ୍କ ଫିଲ୍ମ ମର୍ଡରକୁ ଦୀପିକା ପାଦୁକୋନଙ୍କ ଫିଲ୍ମ ଗେହରାଇୟାଁ ସହ ତୁଳନା କରିଛନ୍ତି । ସେ କହିଥିଲେ ଏସବୁ ୧୫ ବର୍ଷ ପୂର୍ବେ କରିଛନ୍ତି ଯାହା ଦୀପିକା ବର୍ତ୍ତମାନ କରୁଛନ୍ତି । ସାକ୍ଷାତକାରରେ ମଲ୍ଲିକା କହିଛନ୍ତି, ଲୋକମାନେ କେବଳ ତାଙ୍କ ବୋଲï ଇମେଜ ବିଷୟରେ କଥାବାର୍ତ୍ତା କରନ୍ତି । ଯେତେବେଳେ ମୁଁ ଫିଲ୍ମ ମର୍ଡର କରିଥିଲି, କେତେ ଲୋକ ହାଙ୍ଗାମା ସୃଷ୍ଟି କରିଥିଲେ । ଲୋକମାନେ ତାଙ୍କ କିସ୍‌ ଏବଂ ବିକିନି ସିନ୍‌ ବିଷୟରେ ବହୁତ କଥା ହୋଇଥିଲେ । କି;ୁ ଦୀପିକା ପାଦୁକୋନ୍‌ ନିକଟରେ ଗେହରାଇୟାଁରେ ଯାହା କରିଛନ୍ତି, ମୁଁ ତାହା ୧୫ ବର୍ଷ ପୂର୍ବରୁ କରିସାରିଛି । କି;ୁ ସେତେବେଳେ ଲୋକଙ୍କ ଚିନ୍ତାଧାରା ବହୁତ ଛୋଟ ଥିଲା । ଇଣ୍ଡଷ୍ଟ୍ରିରେ ବହୁତ ଲୋକ ଥିଲେ ଯେଉଁମାନେ ମୋତେ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ତେବେ ତାଙ୍କର ଏହି କଥାକୁ ନେଇ ସମାଲୋଚନା ହେଉଥିବା କୁହାଯାଉଛି ।

Launching Ceremony of “AYUSHMAN BHARAT

Comments are closed.