ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ

0

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ବନ୍ଧା ହେଲେ ପୁରୁଷ ବନ୍ଧୁ । ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଗୋପାଳପୁର ଥାନା ପୋଲିସ । ଗିରଫ ଜଣକ ହେଲେ ଜଗିଆପଲ୍ଲୀ ଗାଁର କେଦାର ଦାସ । ନାବାଳିକାକୁ ବାଳସୁଧାର ଗୃହକୁ ପଠାଯାଇ ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।

ଗତକାଲି ଗୋପାଳପୁର ଥାନା ପରିସରରେ ଫିନାଇଲ ପିଇଦେଇଥିଲେ ନାବାଳିକା । ଏକ ଲଜରେ ରୁମ ପାଇଁ ନାବାଳିକା ଓ ନିଜର ପୁରୁଷବନ୍ଧୁ ଯାଇଥିଲେ। ବୟସ ୧୮ ବର୍ଷ ହୋଇ ନଥିବରୁ ଲଜ୍ ମାଲିକ ରୁମ୍ ଦେଇନଥିଲେ । ଏହାକୁ ନେଇ ନାବାଳିକା ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାକୁ ଯାଇଥିଲେ। ଗୋପାଳପୁର ପୋଲିସ ନାବାଳିକାଙ୍କ ପରିବାରକୁ ଥାନାକୁ ଡକାଇଥିଲେ। ପରିବାର ଲୋକେ ଆସିବା ପରେ ତାଙ୍କ ସହ ନାବାଳିକାଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ସେ ନିଜ ବ୍ୟାଗରୁ ଏକ ଛୋଟ ବୋତଲରୁ କାଢି କିଛି ରସାୟନିକ ଦ୍ରବ୍ୟ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାହା ଫିନାଇଲ ଥିଲା ବୋଲି ଡାକ୍ତର କହିଥିଲେ I ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଏସପି ସୂଚନା ଦେଇଛନ୍ତି । ଘଟଣାରେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Govt
Leave A Reply

Your email address will not be published.