ମଲାଇ ଲଡ଼ୁ

ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ ।

ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କର;ୁ । ଏହା ଭଲଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶା;ୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି ଯିବ । ପରେ ଏହାକୁ କିଛି ସମୟ ଫୁଟାଇ ଗ୍ୟାସ୍‌ ବନ୍ଦ କର;ୁ । ଏହାପରେ ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅ;ୁ । ଭିନେଗାର ଖଟା ଓ ଏହାର ବାସ୍ନା ଛେନାରେ ନରହିବା ପାଇଁ ଛେନାକୁ ଆଉ ଥରେ ଭଲ ଭାବେ ପାଣିରେ ଧୋଇ ଦିଅ;ୁ । ପାଣି ନିଗିଡ଼ି ଗଲେ ଛେନାକୁ ଚିMଣ କରି ଚକଟି ଦିଅ;ୁ ।

ଏହାପରେ ଆଉ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କରି ଭଲଭାବେ ଫୁଟା;ୁ । ଏହା ଅଧାରୁ ଅଧିକ କମି ମଲାଇ ପରି ବହଳିଆ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଏବେ ସେଥିରେ ଚିନି ପକାଇ ଭଲ ଭାବେ ଘାଣ୍ଟ;ୁ । ଏହାପରେ ସେଥିରେ ଚକଟା ଛେନା ଓ ଗୁଜରାତି ଗୁଣ୍ଡ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟ;ୁ । ଗ୍ୟାସ୍‌ ବନ୍ଦ କରି ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅ;ୁ । ଏହାପରେ ହାତରେ ଏହାକୁ ଲଡ଼ୁର ଆକୃତି ଦିଅ;ୁ । ଲଡ଼ୁକୁ ସଜାଇବା ପାଇଁ ଉପରେ ଡ୍ରାଏଫ୍ରୁଟ୍‌ କିମ୍ବା କେଶର ବ୍ୟବହାର କରିପାରନ୍ତି ।

Launching Ceremony of “AYUSHMAN BHARAT

Comments are closed.