ଭୁଲରେ ବି କରନ୍ତୁ ନାହିଁ ପିଲାଙ୍କୁ ମେକଅପ୍‌

ବେଳେବେଳେ କୁନି ଝିଅର ମନ ରଖିବା ପାଇଁ ଆପଣ ନିଶ୍ଚିତ ଭାବେ ଲିପଷ୍ଟିକ ଲଗାଇ ଦେଉଥିବେ ଏବଂ ପ୍ରଶଂସା ବି କରୁଥିବେ । ତେବେ ଏହି ଛୋଟ ଛୋଟ ଅଭ୍ୟାସ ପିଲାଟିର ମନରେ ମେକଅପ୍‌ ପ୍ରତି ଆକର୍ଷଣ ବିକଶିତ କରିଥାଏ । କିନ୍ତୁ ଏହା କ୍ଷତି ମଧ୍ୟ ପହଞ୍ଚାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ସୋସିଆଲ ମିଡିଆ ଯୋଗୁଁ ଆଜିକାଲି କୁନି ଝିଅମାନେ ମେକଅପ୍‌ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ସୁନ୍ଦର କେଶ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ହେୟାର ଷ୍ଟାଇଲ ଉପକରଣ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି ।

ଭୁଲରେ ବି କରନ୍ତୁ ନାହିଁ ପିଲାଙ୍କୁ ମେକଅପ୍‌

ସେ କେଶ ହେଉ କିମ୍ବା ତ୍ୱଚା ପ୍ରସାଧନ ସାମଗ୍ରୀ, ସବୁଥିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହୃତ ହେଉଛି, ଯାହା ପିଲାମାନଙ୍କର ସମ୍ବେଦନଶୀଳ ଚର୍ମ ଏବଂ କେଶକୁ କ୍ଷତି ପହଞ୍ଚାଇଥାଏ । ପ୍ରସାଧନ ସାମଗ୍ରୀ କାରଣରୁ ଶିଶୁର ଚର୍ମ କଳା ପଡ଼ିଯାଏ । ଏହା ବ୍ୟତୀତ ବିୟୁଟି ପ୍ରଡକଫରେ ଥିବା ସଲଫର୍‌, ସିଲିକନ ଏବଂ ସୁଗନ୍ଧ ପିଲାର ଚର୍ମରେ ଦାଗ, ବ୍ରଣ, ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରେ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବୟସ୍କଙ୍କ ଚର୍ମରେ ଏକ ପ୍ରକାର ତୈଳସ୍ତର ରହିଛି, ଯାହା ଚର୍ମକୁ ସୁରକ୍ଷା ଦେଇଥାଏ ।

ଭୁଲରେ ବି କରନ୍ତୁ ନାହିଁ ପିଲାଙ୍କୁ ମେକଅପ୍‌

ହେଲେ ଶିଶୁ ଚର୍ମରେ ଏହି ତୈଳସ୍ତର ବହୁତ କମ୍‌ ରହିଥାଏ, ଯେଉଁଥିପାଇଁ ଶିଶୁର ଚର୍ମ ଜଟିଳ ପ୍ରସାଧନ ସାମଗ୍ରୀକୁ ସହ୍ୟ କରିପାରେ ନାହିଁ । ଅନ୍ୟପକ୍ଷରେ ଯେକୌଣସି କସମେଟିକ୍‌ ବ୍ରାଣ୍ଡ ଯେତେ ପ୍ରାକୃତିକ ଦାବି କଲେ ମଧ୍ୟ ସମସ୍ତ ବିୟୁଟି ସାମଗ୍ରୀରେ କୌଣସି ନା କୌଣସି ପ୍ରକାରର ରାସାୟନିକ ପଦାର୍ଥର ବ୍ୟବହୃତ ହୋଇଥାଏ । ତେଣୁ ଯଥାସମ୍ଭବ ମେକଅପ୍‌ରୁ ପିଲାଙ୍କୁ ଦୂରେଇ ରଖନ୍ତୁ । ଏହାସହ ପ୍ରତିଦିନ ମେକଅପ୍‌ କରିବା ଦ୍ୱାରା ଏକ ଶିଶୁ ବାହ୍ୟ ସୌନ୍ଦର୍ଯ୍ୟକୁ ନିଜର ମସ୍ତିଷ୍କରେ ବସାଇଦେଇଥାଏ । ସୁନ୍ଦରତା ପ୍ରତି ଭାବନା ସେମାନଙ୍କର କେବଳ ମେକଅପ୍‌ ସହ ଜଡ଼ିତ ହୋଇ ରହିଯାଏ ।
ଭୁଲରେ ବି କରନ୍ତୁ ନାହିଁ ପିଲାଙ୍କୁ ମେକଅପ୍‌

ସେହିପରି ଯେଉଁ ପିଲା ମେକଅପ୍‌ ପ୍ରତି ଅଭ୍ୟସ୍ତ ହୋଇଯାଆନ୍ତି, ସେମାନେ ଟଙ୍କାର ଅପବ୍ୟବହାର କରିବାକୁ ଲାଗନ୍ତି । ବାପାମାଆଙ୍କଠାରୁ ମିଳୁଥିବା ଟଙ୍କାରେ ସେ କେବଳ ପ୍ରସାଧନ ସାମଗ୍ରୀ କିଣିଥାନ୍ତି । ତେଣୁ ପିଲାଙ୍କୁ ମେକଅପ୍‌ର କୁପ୍ରଭାବ ବିଷୟରେ ଅବଗତ କରାନ୍ତୁ । ଏପରିକି ବାପାମାଆମାନେ ପିଲାଙ୍କୁ ଖର୍ଚ୍ଚ କରିବାକୁ ଦେଇଥିବା ଟଙ୍କାର ହିସାବ ବି ବେଳେବେଳେ ନିଅନ୍ତୁ । ଜିଦି କରୁଥିଲେ ବୁଝାଇବାକୁ ଚେଷ୍ଟା କରନ୍ତୁ ଏବଂ ପିଲାଙ୍କୁ ବୁଝାନ୍ତୁ ଯେ ସେମାନେ ମେକଅପ୍‌ ବିନା ସୁନ୍ଦର ଦେଖାଯାଉଛନ୍ତି ।
ଭୁଲରେ ବି କରନ୍ତୁ ନାହିଁ ପିଲାଙ୍କୁ ମେକଅପ୍‌

କେବଳ ସେତିକି ନୁହେଁ ଆପଣ ମଧ୍ୟ ନିଜ ପାଇଁ ମେକଅପ୍‌ ଉତ୍ପାଦ କିଣିବା ସମୟରେ ଶସ୍ତାକୁ ଚୟନ କରନ୍ତୁ ନାହିଁ । କାରଣ ଯଦି ପିଲାଟି ଅଜାଣତରେ ମେକଅପ୍‌ ସାମଗ୍ରୀ ବ୍ୟବହାର କରୁଛି, ତାହେଲେ ଯେମିତି କୌଣସି ସମସ୍ୟାରେ ନପଡ଼ୁ ସେପ୍ରତି ଧ୍ୟାନ ଦିଅନ୍ତୁ ।

Govt

Comments are closed.