ଓପନ୍ କଫ୍, ଫ୍ରଣ୍ଟ୍ ଓପନ୍ ଏବଂ ଓପନ୍ କଲର୍ ଚୋକର୍ କିମ୍ବା ନେକଲେସ୍କୁ ଆପଣ ତିନୋଟି ନାମରେ ଜାଣନ୍ତି । ଓପନ୍ ନେକଲେସ୍ର ଟ୍ରେଣ୍ଡ୍ ୨୦୧୯ ପରେ ପୁଣି ଥରେ ଫ୍ୟାଶନ ଦୁନିଆକୁ ଫେରିଛି । ଏହି ନେକଲେସ୍ ବେକର ସାମ୍ନା ଆଡ଼କୁ ଖୋଲା ରହିଥାଏ, ଯାହା ଆପଣଙ୍କ ବେକର ସୁନ୍ଦରତାକୁ ଆହୁରି ଦ୍ୱିଗୁଣିତ କରିଥାଏ । ଆଜିକାଲି ବିଭିନ୍ନ ଡିଜାଇନର ଏହା ମାର୍କେଟରେ ମିଳୁଛି । ତେଣୁ ଏହି ଟ୍ରେଣ୍ଡିଂ ନେକ୍ ପିସ୍କୁ ଆପଣ ଜୁଏଲାରୀ ବକ୍ସରେ ରଖିବାକୁ ଭୁଲନ୍ତୁ ନାହିଁ ।
ଡାଏମଣ୍ଡ୍ ଓପନ୍ କଫ୍ ନେକଲେସ୍:

ଏହାକୁ ଆପଣ ଯେକୌଣସି ଉତ୍ସବରେ ପିନ୍ଧିପାରିବେ । ଆପଣ ବଜେଟ୍ ଭିତରେ ହାଲକା ନେକଲେସ୍ ମିଳିଯିବ । ନଚେତ୍ ସିମ୍ପଲ୍ ଡିଜାଇନର ନେକଲେସ୍ ମଧ୍ୟ ଟ୍ରାଏ କରିପାରିବେ ।
ଗୋଲେïନ କଲର୍ ନେକପିସ୍:

ଗୋଲେïନ କଲର୍ର ଓପନ୍ କଫ୍ ନେକଲେସ୍କୁ ଟ୍ରାଡିସନାଲ ଫଙ୍କସନ୍ରେ ପିନ୍ଧନ୍ତୁ, ଦେଖିବେ ଏହା ଆପଣଙ୍କୁ ଭିନ୍ନ ଲୁକ୍ ଦେବ । ଆଜିକାଲି ଗହଣା ଦୋକାନରେ ଏହି ଡିଜାଇନର ସୁନାରେ ନିର୍ମିତ ନେକଲେସ୍ ମିଳୁଛି ।
ଫ୍ରିଞ୍ଜେସ୍ ଷ୍ଟାଇଲ୍:

ଖାସ୍ କରି କଲେଜ୍ ଯାଉଥିବା କିଶୋରୀଙ୍କୁ ଫ୍ରିଞ୍ଜେସ୍ ଷ୍ଟାଇଲ୍ ବହୁତ ପସନ୍ଦ । ତେଣୁ ଏହାକୁ ଦେଖି ଓପନ୍ କଫ୍ ନେକଲେସ୍ର ଫ୍ରିଞ୍ଜେସ୍ ଡିଜାଇନ୍ ମାର୍କେଟକୁ ଆସିଲାଣି । କଲେଜ ଫଙ୍କସନ୍ କିମ୍ବା ଆଉଟଡୋର୍ ପାର୍ଟିରେ ଏହାକୁ ପିନ୍ଧିପାରିବେ ।
ଓଫନ୍ କଫ୍ ଚୋକର୍:

ଏହାକୁ ଆପଣ କେବଳ ଡିପ୍ ନେକ୍ ଆଉଟଫିଟ୍ ସହ ପିନ୍ଧନ୍ତୁ । ଏହା ଏକଦମ୍ ଆପଣଙ୍କୁ ଗ୍ଲାମରସ୍ ଅନ୍ଦାଜ ଦେବା ସହ ଏଲିଗାଣ୍ଟ୍ ଲୁକ୍ ପ୍ରଦାନ କରିବ ।
ଭିଣ୍ଟେଜ୍ ଡିଜାଇନ:

ପୁରୁଣା ଅଳଙ୍କାର ପ୍ରତି ସଉକ ରଖୁଥିଲେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଓପନ୍ କଫ୍ ନେକଲେସ୍ର ଭିଣ୍ଟେଡ୍ ଷ୍ଟାଇଲର ମଧ୍ୟ ମିଳୁଛି । ଏହା ଦେଖିବାକୁ ଅତି ସୁନ୍ଦର ଲାଗେ । େୱଡିଂ ପାର୍ଟିକୁ ଯାଉଥିଲେ ଏହାକୁ ଟ୍ରାଏ କରିପାରିବେ ।
ବ୍ଲାକ୍ ବିଡେଡ୍:

ବିଡେଡ୍ ଷ୍ଟାଇଲ୍ କେବେ ବି ଆଉଟ୍ ଅଫ୍ ଫ୍ୟାଶନ ହୋଇନଥାଏ । ବ୍ରେସଲେଟ୍ଠାରୁ ଆରମ୍ଭ କରି ଇୟର ରିଙ୍ଗ୍ସ ଏହି ଷ୍ଟାଇଲରେ ପିନ୍ଧୁଥିବା ଦେଖିବାକୁ ମିଳିଛି । ଏହି ବିଡେଡ୍ରେ ହିଁ ଏହି ଓପନ୍ କଫ୍ ନେକଲେସ୍କୁ ବ୍ଲାକ୍ େୱଷ୍ଟର୍ନ ଆଉଟଫିଟ୍ରେ ପେୟାର ଅପ୍ କରିପାରିବେ ।
ସ୍ନେକ୍ କୋଲାର୍ ନେକଲେସ୍:

ଆଜିକାଲିର ଫ୍ୟାଶନ ଜଗତରେ ସ୍ନେକ୍ ଓପନ୍ କୋଲାର୍ ନେକଲେସ୍ ଖୁବ ଟ୍ରେଣ୍ଡ୍ରେ ରହିଛି । ତେଣୁ ୱାଇଲï ଲୁକ୍ ପାଇବାକୁ ଚାହୁଁଥିଲେ ଏପରି ନେକଲେସ୍କୁ ଟ୍ରାଏ କରିପାରିବେ । ବୋଲï ଆଉଟଫିଟ୍ରେ ଏହାକୁ ପିନ୍ଧିପାରିବେ । ଟ୍ରାଡିସନାଲ ଶାଢିରେ େୱଷ୍ଟର୍ନ ଲୁକ୍ ପାଇବାକୁ ଚାହୁଁଥିଲେ ଏପରି ନେକଲେସ୍ ସହ ମ୍ୟାଚିଂ କରି ସ୍ନେକ୍ ଡିଜାଇନର ଇୟରରିଙ୍ଗ୍ସ ଏବଂ କଫ୍ ବ୍ରେସଲେଟ୍ ପିନ୍ଧିପାରିବେ ।

Comments are closed.