ଗୋଲ ତ୍ୱଚା ପାଇଁ ମେକଅପ୍‌ ଟିପ୍‌ସ୍‌

ମେକଅପ୍‌ କରିବା ଏକ କଳା । ତେଣୁ ପ୍ରତି ଆକାରର ଚେହେରାକୁ କିପରି ମେକଅପ୍‌ ଦରକାର, ତାହା ମଧ୍ୟ ଜାଣିବା ଜରୁରୀ । ଏହି ପରିପ୍ରେକ୍ଷୀରେ ଗୋଲ ଚେହେରା ପାଇଁ ଭିନ୍ନ ପ୍ରକାର ମେକଅପ୍‌ କଳା ରହିଥାଏ । ଏପରି ମେକଅପ୍‌ ଯାହାଦ୍ୱାରା ତ୍ୱଚା ଖରାପ ହୁଏ ନାହିଁ ବରଂ ବେଷ୍ଟ୍‌ ଲୁକ୍‌ ମିଳିଥାଏ । ତେଣୁ ଗୋଲ ଚେହେରା ପାଇଁ କିଛି ସ୍ୱତନ୍ତ୍ର ମେକଅପ୍‌ ଟି« ସମ୍ପର୍କରେ ଜାଣନ୍ତୁ ।

-ପ୍ରଥମେ ଆପଣ ନିଜ ଚେହେରାର ଆକାରକୁ ବୁଝିଲେ ହିଁ ମେକଅପ୍‌ କରିବା ସହଜ ହୋଇଥାଏ । ଏହି ଗୋଲ ଚେହେରାର କିଛି ବିଶେଷତା ରହିଥାଏ, ଯଥା ଗୋଲ୍‌ ଚିନ୍‌, ପରିପୂର୍ଣ୍ଣ ଗୋଲ ଏବଂ ଚବି ଲୁକ୍‌ ।

ଗୋଲ ତ୍ୱଚା ପାଇଁ ମେକଅପ୍‌ ଟିପ୍‌ସ୍‌

– ରାଉଣ୍ଡ୍‌ ଫେସ୍‌ ଯୁବତୀମାନେ ଆଖିର ମେକଅପ୍‌ ପାଇଁ ଡାର୍କ ଶେଡ୍‌ ରଙ୍ଗ ବାଛିବା ଉଚିତ୍‌ । ଯଥା ବ୍ରାଉନ୍‌, ବ୍ଲାକ, ଡିପ୍‌ ବ୍ଲì ଏବଂ ପର୍ପଲ । ସେହିପରି ଏହି ଚେହେରାକୁ ଆଙ୍ଗେଲ୍‌ ଆଇବ୍ରୋ ଭଲ ମାନିଥାଏ ।

– ଗୋଲ ତ୍ୱଚାରେ ବ୍ରୋଞ୍ଜର୍‌ କମାଲ କରିଥାଏ । ଏହାଦ୍ୱାରା ତ୍ୱଚା ଅଳ୍ପ ପତଳା ଦେଖାଯାଏ । ବ୍ରୋଞ୍ଜର୍‌କୁ ଗାଲର ମଝିରେ ଏବଂ ତଳକୁ ଲଗାନ୍ତୁ । ଏହା ସହ ଚେହେରାକୁ ଡିଫାଇଣ୍ଡ୍‌ ସଫଫର୍‌ ଲୁକ୍‌ ମିଳିବ ।

ଗୋଲ ତ୍ୱଚା ପାଇଁ ମେକଅପ୍‌ ଟିପ୍‌ସ୍‌

-ଆପଣ ଚିକ୍‌ବୋନ୍ସକୁ ବୁଝନ୍ତୁ । ଆପଣଙ୍କୁ ଏହିଠାରୁ ହିଁ କଣ୍ଟୁ୍ୟରିଙ୍ଗ୍‌ର ଆରମ୍ଭ କରିବା ଦରକାର । ଏହାଦ୍ୱାରା ଚିକ୍‌ବୋନ୍ସ ସାର୍ପ ଲାଗିବ । ଆପଣ ଫାଉଣ୍ଡସେନ୍‌ରେ ଡାର୍କ ଶେଡ୍‌ ବ୍ୟବହାର କରିପାରିବେ ।

-ଅଧିକାଂଶ ଗୋଲ ଚେହେରାର ଯୁବତୀ ବ୍ଲଶ୍‌ ଅନ୍‌ କରନ୍ତି ନାହିଁ । ଏପରି କଲେ ଅଧିକ ଫୁଲିବା ପରି ଚେହେରା ଦେଖାଯାଏ ବୋଲି ସେମାନେ ଭାବନ୍ତି । ଯଦିଓ ଏହା ଏପରି ହୋଇନଥାଏ । ଏହା ସମ୍ପୂର୍ଣ୍ଣ କସମେଟିକ୍‌ ଆପ୍ଲିକେସନ ଉପରେ ନିର୍ଭର କରିଥାଏ । ଏଥିପାଇଁ ଆପଣଙ୍କୁ ବ୍ଲଶ୍‌ ଅନ୍‌ର ୱାର୍ମର ଏବଂ ମ୍ୟାଟ୍‌ କଲର୍ସ ଚୟନ କରିବା ଉଚିତ୍‌ । ବ୍ଲଶ୍‌ ଅନ୍‌କୁ ଚିକ୍‌ବୋନ୍ସର ତଳେ ଲଗାଇଲେ, ଗୋଲ ଚେହେରା ଅଳ୍ପ କମ୍‌ ଲାଗିବ ।

ଗୋଲ ତ୍ୱଚା ପାଇଁ ମେକଅପ୍‌ ଟିପ୍‌ସ୍‌

-ରାଉଣ୍ଡ ତ୍ୱଚା ପାଇଁ ଲିପଷ୍ଟିକ୍‌ର କିଛି ଖାସ୍‌ ଶେଡ୍‌ ଚୟନ କରନ୍ତୁ । ବେରୀ କିମ୍ବା ଡିପ୍‌ ରେଡ୍‌ କଲର୍‌ର ଲିପଷ୍ଟିକ୍‌ ଲଗାଇଲେ ଖୁବ୍‌ ଆକର୍ଷଣୀୟ ଲୁକ୍‌ ପାଇପାରିବେ ।

Launching Ceremony of “AYUSHMAN BHARAT

Comments are closed.