ରାଜନଗର : ଗାଧୋଇବା ବେଳେ ପୋଖରୀରେ ବୁଡ଼ିଯାଇ ୩ ନାବାଳକ ମୃତ I ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ଗାଁରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା I ମୃତକମାନେ ହେଲେ ବିସ୍ଥାପିତ ବାଗପଟିଆ ଗାଁ ର ସୁକାନ୍ତ ରାଉତଙ୍କ ପୁଅ,ବିଶାଳ ରାଉତ,ଶୈଶବ ସାହୁଙ୍କ ପୁଅ ସନ୍ଦୀପ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିସେନ ପରିଡା I ସମସ୍ତେ ଗୋଟିଏ ଗାଁ ର ହୋଇଥିବାବେଳେ ,ପିଲାମାନଙ୍କ ବୟସ ୧୦ ରୁ ୧୧ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।
ଘଟନାନୁସାରେ, ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ, ସେମାନଙ୍କ ମଧ୍ୟରୁ ୩ ଜଣ ପିଲା ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ସହ ଯାଇଥିବା ଅନ୍ୟ ପିଲାମାନେ ଚିତ୍କାର କରି ଡାକିବାରୁ ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ।
ପିଲାମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଗୁପ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାପରେ ଡାକ୍ତରଖାନା ପରିସରରେ ଲୋକାରଣ୍ୟ ହୋଇ ପଡିଥିଲା I ନିଜ ନିଜ ପିଲାମାନଙ୍କୁ ହରାଇ ପରିବାର ଲୋକେ ଚେତାଶୂନ୍ୟ ହୋଇପଡୁଥିବା ବେଳେ ବଗପାଟିଆ ଗାଁ ରେ ଶୋକାକୁଳ ପରିବେଶ ରହିଛି I ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.