ବିଜେପିରେ ଯୋଗ ଦେଲେ ପ୍ରଖ୍ୟାତ ଗାୟିକା ମୈଥିଲୀ ଠାକୁର

0

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ପ୍ରଖ୍ୟାତ ଗାୟିକା ମୈଥିଲୀ ଠାକୁର ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ଦିଲୀପ ଜୈସ୍ବାଲଙ୍କ ଉପସ୍ଥିତିରେ ମୈଥିଲୀ ଆଜି ଦଳରେ ‌ଯୋଗ ଦେଇଛନ୍ତି। ଦଳରେ ଯୋଗ ଦେବାପରେ ମୈଥିଲୀ କହିଛନ୍ତି, ‘ ପ୍ରଧାନମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ବାରା ମୁଁ ଅନୁପ୍ରାଣିତ। ସେମାନଙ୍କ ପ୍ରେରଣାରେ ମୁଁ ଅନୁପ୍ରାଣିତ ହୋଇ ସେମାନଙ୍କୁ ସମର୍ଥନ ଦେବାପାଇଁ ମୁଁ ଏଠାକୁ ଆସିଛି। ସେ କହିଛନ୍ତି, ମୁଁ ବିଶ୍ବାସ କରେ ନାହିଁ ଯେ କୌଣସି ରାଜନୈତିକ ଦଳ‌ରେ ଯୋଗ ଦେବାର ମାନେ ହେଉଛି ଆପଣ ଜଣେ ରାଜନେତା। ମୁଁ ଏଠାରେ ସମାଜ ସେବା କରିବାପବାଇଁ ଏବଂ ସେମାନଙ୍କ ବିଚାରଧାରା ପ୍ରତି ଲୋକଙ୍କ ନିକଟରେ ପହଞ୍ଚାଇବାପାଇଁ ଆସିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.