ଟିଭି ନାୟିକା ମହିମାଙ୍କ ବଲିଉଡ୍‌ ଫିଲ୍ମ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲରକୁ କିଛି ଦିନ ତଳେ ରିଲିଜ୍‌ କରାଯାଇଛି । ଫିଲ୍ମରେ ସଲମାନଙ୍କ ବ୍ୟତୀତ ଆୟୁଷ ଶର୍ମା ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ସଲମାନ ଏବଂ ଆୟୁଷଙ୍କ ଲୁକ୍‌କୁ ନେଇ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏଥିସହ ଫିଲ୍ମରେ ଆୟୁଷଙ୍କ ଅପୋଜିଟ୍‌ରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି ।

 ଟିଭି ନାୟିକା ମହିମାଙ୍କ ବଲିଉଡ୍‌ ଫିଲ୍ମ

ଫିଲ୍ମରେ ଏହି ନୂଆ ଚେହେରା ଜଣାଶୁଣା ପରି ଲାଗୁଛି । କାରଣ ଏହି ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମାହିମା ମକୱାନଙ୍କ ଯଦିଓ ଏହା ବଲିଉଡ୍‌ରେ ପ୍ରଥମ ଫିଲ୍ମ, କିନ୍ତୁ ଟେଲିଭିଜନ ଜଗତର ସେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କର ଅଭିନୟ ଦୁନିଆ ସହ ଦୀର୍ଘ ଦିନର ସମ୍ପର୍କ । ସେ ଅନେକ ବିଜ୍ଞାପନ ଏବଂ ଟିଭି ଧାରାବାହିକରେ କାମ କରିଛନ୍ତି, ସେଥିମଧ୍ୟରେ ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ ସାମିଲ ରହିଛି ।

 ଟିଭି ନାୟିକା ମହିମାଙ୍କ ବଲିଉଡ୍‌ ଫିଲ୍ମ

୨୦୦୯ରେ ଏହି ସିରିଏଲରେ ମାହିମା ଗୌରୀ ସିଂହଙ୍କ ଶିଶୁ ଚରିତ୍ରରେ ନଜର ଆସିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା । ‘ଅନ୍ତିମ’ ମହିମାଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ହୋଇଥିଲେ ମଧ୍ୟ ଏହାପୂର୍ବରୁ ୨୦୧୭ରେ ସେ ତେଲୁଗୁ ଫିଲ୍ମ ‘ଭେଙ୍କଟପୁରମ୍‌’ ଜରିଆରେ ସିନେମା ଦୁନିଆରେ ପାଦ ରଖିଥିଲେ । ଏହା ବ୍ୟାତୀତ ଚଳିତ ବର୍ଷ ମୁକ୍ତିଲାଭ କରିଥିîବା ତେଲୁଗୁ ଫିଲ୍ମ ‘ମୋସା ଗଲ୍‌ଲୁ’ରେ ମଧ୍ୟ ମହିମା କାମ କରିଛନ୍ତି ।

 ଟିଭି ନାୟିକା ମହିମାଙ୍କ ବଲିଉଡ୍‌ ଫିଲ୍ମ

ମାହିମା େୱବ୍‌ ସିରିଜ୍‌ ‘ରଙ୍ଗବାଜ୍‌’ର ଦ୍ୱିତୀୟ ସିଜିନରେ ମଧ୍ୟ ଅଭିନୟ କରିଛନ୍ତି । ଟିଭି ଜଗତରେ ଶିଶୁ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିବା ମାହିମା କଲର୍ସ ଚ୍ୟାନେଲରେ ପ୍ରସାରିତ ଶୋ ‘ମୋହେ ରଙ୍ଗ୍‌ ଦେ’ରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ‘ମିଲେ ଜବ ହମ୍‌ ତୁମ୍‌’ , ‘ସଂବାରେ ସବକେ ସପନେ ପ୍ରୀତୋ’ , ‘ଆହଟ୍‌’ , ‘ସିଆଇଡି’ , ‘ଦିଲ୍‌ କି ବାତେଁ ଦିଲ୍‌ ହିଁ ଜାନେଁ’ ପରି ଅନେକ ଶୋରେ ମାହିମା ସହାୟକ ଏବଂ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

 ଟିଭି ନାୟିକା ମହିମାଙ୍କ ବଲିଉଡ୍‌ ଫିଲ୍ମ

ହେଲେ ୨୦୧୨ରେ ‘ସପନେ ସୁହାନେ ଲଡକପନେ’ରେ ପ୍ରଥମ ଥର ଲିଡ୍‌ ରୋଲ୍‌ରେ ସେ ନଜର ଆସିଥିଲେ । ଏହାପରେ ଧୀରେଧୀରେ ସଫଳତା ସାଉଁଟି ଛୋଟ ପରଦାରୁ ବଲିଉଡ୍‌ ପର୍ଯ୍ୟନ୍ତ ଯାତ୍ରା ସ୍ଥିର କରିଛନ୍ତି । ଏହା ବ୍ୟତୀତ ୨୨ ବର୍ଷୀୟା ଏହି ଅଭିନେତ୍ରୀ କିଛି ମୁ୍ୟଜିକ ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି । ମାହିମା ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକଫିଭ ଏବଂ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲଗାତାର ଅପଡେଟ୍‌ ଦେଇଥାନ୍ତି । ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶିତ ‘ଅନ୍ତିମ’ ଫିଲ୍ମ ନଭେମ୍ବର ୨୬ରେ ସିନେମା ଘରେ ମୁକ୍ତିଲାଭ କରିବ । ଏଥିରେ ମହିମାଙ୍କ ଚରିତ୍ରର ନାମ ମନ୍ଦା ରହିଛି ଯିଏ ଆୟୁଷ ଶର୍ମାଙ୍କ ପ୍ରେମିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.