ଜାତି ଗଲା ପେଟ ପୂରିଲା ନାହିଁ, ଅଜିତଙ୍କ ପରେ ଇସ୍ତଫା ଦେଲେ ଫଡ଼ନବିସ୍‍

ସମୟ ଲାଇଭ,୨୬/୧୧: ମହାରାଷ୍ଟ୍ରର ମହାନାଟକରେ ଏକ ବଡ଼ ଓଲପାଲଟ ହୋଇଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‍ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ପରେ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍ ଅପରାହ୍ନ ୩.୩୦ରେ ପ୍ରେସମିଟ୍‍ରେ ଏନେଇ ସୂଚନା ଦେଇଛନ୍ତି। ବହୁମତ ସାବ୍ୟସ୍ତ କରିପାରିବେ ନାହିଁ ଏଣୁ ସେ ଇସ୍ତଫା ଦେଉଥିବା ସେ ପ୍ରେସମିଟରେ କହିଛନ୍ତି। ଫ୍ଲୋର ଟେଷ୍ଟ ପୂର୍ବରୁ ଉଭୟ ଦେବେନ୍ଦ୍ର ଓ ଅଜିତ ଇସ୍ତଫା ଦେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଆଜି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ଅଜିତକୁ ମନେଇବା ପାଇଁ ଚେଷ୍ଟା କରିଥିଲେ। ଅନ୍ୟପଟେ ଅଜିତ୍‍ଙ୍କୁ ଏନସିପିକୁ ଫେରେଇବା ଆଣିବା ପାଇଁ ଚେଷ୍ଟା ଚାଲିଥିଲା।

Govt

Comments are closed.