ଚର୍ଚ୍ଚାରେ ବାଗେଶ୍ୱର ମଠର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ

ମଧ୍ୟପ୍ରଦେଶ : ଚର୍ଚ୍ଚାରେ ପ୍ରସିଦ୍ଧ ପ୍ରବଚକ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ I ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱର ସରସ୍ୱତୀଙ୍କ ସମେତ କିଛି ଧାର୍ମିକ ଗୁରୁ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଚମତ୍କାରକୁ ବିରୋଧ କରିଛନ୍ତି I ତେବେ ଧୀରେନ୍ଦ୍ରଙ୍କ ସମର୍ଥନ ରେ କିଛି ଲୋକ ଦିଲ୍ଲୀର ଯନ୍ତର-ମନ୍ତରରୁ ପାଟନା ପର୍ଯ୍ୟନ୍ତ ହୋମ-ଯଜ୍ଞ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ପଣ୍ଡିତ ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସମର୍ଥନରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୪୬ କୋଟିରୁ ଅଧିକ ପୋଷ୍ଟ ହୋଇ ସାରିଲାଣି I

କିଏ ଏହି ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ,ଯାହାକୁ ନେଇ ରାଜନୈତିକ ମହଲରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି ! ଛତିଶଗଡ ରାୟପୁରରେ ବାଗେଶ୍ୱର ଧାମରେ ବସିଛନ୍ତି ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ସେ ଜଣେ ଭାରତୀୟ କଥାପ୍ରବଚକ। ସେ ବାଗେଶ୍ୱର ଧାମ ମହାରାଜା ନାମରେ ବେଶ୍‌ ପରିଚିତ । ଧୀରେନ୍ଦ୍ର ଶାସ୍ତ୍ରୀ ବାଗେଶ୍ୱର ଧାମରେ ମୁଖ୍ୟ ପୂଜାରୀ ଏବଂ ପୀଠାଧିଶ୍ୱର ଭାବେ ରହୁଛନ୍ତି । ତାଙ୍କ ଦର୍ଶନ ପାଇଁ ସେଠାରେ ଏବେ ହଜାର ହଜାର ଲୋକ ଏକାଠି ହୋଇଛନ୍ତି । ୨୬ ବର୍ଷୀୟ ଏହି ବାବା ଜଣଙ୍କ ଚେହେରା ଦେଖି ଜଣଙ୍କର ମନ ପଢ଼ି ପାରୁଛନ୍ତି ବୋଲି ଦାବି କରୁଛନ୍ତି । ତେଣୁ ନିଜର ଅତୀତ ଏବଂ ଭବିଷ୍ୟତ ଜାଣିବାକୁ ଭିଡ ଜମିଛି ।

ବାଗେଶ୍ୱର ଧାମର ବାବା ଜଣକ ନିଜ ପ୍ରବଚନ କାର୍ଯ୍ୟକ୍ରମକୁ ଆସୁଥିବା ଲୋକଙ୍କ ମନ କଥା କହିବା ସହିତ ସମସ୍ୟାର ସମାଧାନ କରିବା ପାଇଁ ଦାବି କରୁଛନ୍ତି। ଲୋକଙ୍କ ଉପରୁ ଭୂତ ପ୍ରେତ କାଢିବା ପାଇଁ ଦାବି କରୁଛନ୍ତି। ଆଉ ତାଙ୍କର ଏଭଳି ଯୁକ୍ତିକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି । ଅନେକ ଲୋକ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି। ଆଉ କେତେକ ଏହାକୁ ଏକ ଟ୍ରିକ୍‌ ବୋଲି କହୁଛନ୍ତି । ବାବାଙ୍କ ଦରବାରକୁ କିଛି ପାକିସ୍ତାନୀ ମଧ୍ୟ ଆସୁଛନ୍ତି । ପାକିସ୍ତାନୀ ବାବIଙ୍କ ଚତ୍ମକାରିତା ଦେଖି ଆଶ୍ଚର୍ଯ୍ୟ ରହିଛନ୍ତି । ପାକରେ ବାବାଙ୍କ ପ୍ରବଚନ ମଧ୍ୟ ଶୁଣିବାକୁ ମିଳୁଛି। ଯାହାକୁ ନେଇ ଚର୍ଚ୍ଚା ଲାଗଛି । ଏପରି ଭବିଷ୍ୟବାଣୀକୁ ନେଇ ଯଦିଓ ପ୍ରଶ୍ନ ଉଠୁଛି ହେଲେ ବାବା ଯେତେବେଳେ ଜଣଙ୍କୁ ଦେଖି ତାଙ୍କ ବାବଦରେ କହୁଛନ୍ତି ସେତେବେଳେ ବାବାଙ୍କୁ ଅବିଶ୍ୱାସ କରିବା ପ୍ରତିବଦଳରେ ବିଶ୍ୱାସ କରୁଛନ୍ତି ଲୋକେ । କେବଳ ସାଧାରଣ ଲୋକ ନୁହଁନ୍ତି, ନେତା, ଅଭିନେତା ଏବଂ ଶିଳ୍ପପତି ମଧ୍ୟ ବାବାଙ୍କ ଦରବାରକୁ ଆସୁଥିବା ଦେଖିବାକୁ ମିଳିଛି ।

କିଛି ସଂଗଠନ ଏ ନେଇ ତାଙ୍କ ବିରୋଧରେ ପୁଲିସର ଆଶ୍ରୟ ନେଇଛନ୍ତି । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହାରି ଭିତରେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ ମଧ୍ୟ ବାଗେଶ୍ୱରଙ୍କୁ ଖୋଲା ସମର୍ଥନ କରିଛନ୍ତି । ସେ ନିଜେ ଏପରି କରୁନାହାନ୍ତି ବରଂ ସେ ତାଙ୍କ ଇଷ୍ଟଦେବତା ବାଲାଜୀଙ୍କ ପାଇଁ ଏପରି କରିପାରୁଛନ୍ତି ବୋଲି ବାଗେଶ୍ୱର କହୁଥିବା ବିଜୟବର୍ଗୀୟ କହିଛନ୍ତି । ସେହିପରି ନିରଂଜନ ଆଖଡ଼ାର ସ୍ୱାମୀ ମହାମଣ୍ଡଳେଶ୍ୱର ଆଶୁତୋଷାନନ୍ଦ ଗିରି ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସମର୍ଥନ କରିଛନ୍ତି। ବାରାଣାସୀରେ ପହଞ୍ଚିଥିବା ସ୍ୱାମୀ ଆଶୁତୋଷାନନ୍ଦ କହିଛନ୍ତି ଯେ ବାହାରୁ ଆସିଥିବା ବିଧର୍ମୀମାନେ ଆସି ସର୍ବପ୍ରଥମେ ସନାତନ ଧର୍ମକୁ ନଷ୍ଟ କରିଦେଲେ।

ଅନ୍ୟପଟେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ କଂଗ୍ରେସର ନେତା ଗୋବିନ୍ଦ ସିଂ କହିଛନ୍ତି, ଯଦି ବାବା ସମସ୍ତଙ୍କ ସମସ୍ୟା ଜାଣି ସମାଧାନ କରିଦେଉଛନ୍ତି, ତେବେ ମଧ୍ୟପ୍ରଦେଶର ସମସ୍ତ ଲୋକଙ୍କ କରଜ ଦୂର କରିଦିଅନ୍ତୁ । ନିଜକୁ ପ୍ରଚାର କରିବା ଏବଂ ଅର୍ଥ ରୋଜଗାର ପାଇଁ ଧୀରେନ୍ଦ୍ର ଶାସ୍ତ୍ରୀ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ନେତା କହିଛନ୍ତି ।

ଏହାରି ଭିତରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ବାବା ବାଗେଶ୍ୱରଙ୍କ ବିଭିନ୍ନ ଭିଡିଓ । ତାଙ୍କୁ ବଦନାମ କରିବା ପଛରେ ଷଡଯନ୍ତ୍ର ରହିଛି ବୋଲି ସେ କହିଛନ୍ତି ।

Govt

Comments are closed.