ଆରମ୍ଭ ହେଲା ପବିତ୍ର ମାଘ ମାସ, ସୁଖ-ସମୃଦ୍ଧି ସକାଶେ ପରିବର୍ତ୍ତନ କରନ୍ତୁ ଦିନଚର୍ଯ୍ୟା

ଆଜିଠାରୁ ପବିତ୍ର ମାଘ ମାସର ଆରମ୍ଭ ସହ ମାଙ୍ଗଳିକ କାର୍ଯ୍ୟମାନର ଶୁଭାରମ୍ଭ ମଧ୍ୟ ହେଉଛି । ପବିତ୍ର ନଦୀରେ ସ୍ନାନ କରିବା ଏବଂ ଦାନପୂନ୍ୟ କରିବା ଏହି ମାସର ବିଶେଷ ମହତ୍ୱ ।
ଆଜିଠାରୁ ମାଘ ମାସ ଆରମ୍ଭ ହୋଇ ଆସନ୍ତା ମାସ ଫ୍ରେବୃଆରୀ ୧୬ ପର୍ଯ୍ୟନ୍ତ ଚାଲିବ । ଏହି ପବିତ୍ର ମାସରେ ବହୁ ଧାର୍ମିକ ପର୍ବ ପଡ଼େ ଏବଂ ଏହି ପବିତ୍ର ମାସରେ ‘କଳ୍ପବାସ’ ମଧ୍ୟ କରାଯାଏ ।
ଆରମ୍ଭ ହେଲା ପବିତ୍ର ମାଘ ମାସ, ସୁଖ-ସମୃଦ୍ଧି ସକାଶେ ପରିବର୍ତ୍ତନ କରନ୍ତୁ ଦିନଚର୍ଯ୍ୟା

ଏଥିରୁ ବ୍ୟକ୍ତିଙ୍କ ଶରୀର ସହିତ ମନର ନବୀକରଣ ହୁଏ ବୋଲି ହିନ୍ଦୁ ଧର୍ମରେ ବର୍ଣ୍ଣନା କରାଯାଇଛି । ପବିତ୍ର ମାଘ ମାସରେ ସୁଖ ଓ ସମୃଦ୍ଧି ପାଇବା ପାଇଁ ଦିନଚର୍ଯ୍ୟାରେ କିଛିଟା ପରିବର୍ତ୍ତନ କରାଯାଏ ।

* ଦିନ ଆରମ୍ଭରେ ଗରମ ପାଣିକୁ ଧୀରେ ଧୀରେ ସାମାନ୍ୟ ପାଣିରେ ମିଶାଇ ସ୍ନାନ କରାଯାଏ ।
* ଏହି ପବିତ୍ର ମାସରେ ଅଧିକ ସମୟ ଧରି ଶୋଇବା ଏବଂ ବିଳମ୍ବରେ ସ୍ନାନ କରିବା ଅନୁଚିତ୍‌ ।

ଆରମ୍ଭ ହେଲା ପବିତ୍ର ମାଘ ମାସ, ସୁଖ-ସମୃଦ୍ଧି ସକାଶେ ପରିବର୍ତ୍ତନ କରନ୍ତୁ ଦିନଚର୍ଯ୍ୟା
* ରାଶୀ ଏବଂ ଗୁଡ଼ର ସେବନ ଲାଭଦାୟକ ।
* ଯଦି ସମ୍ଭବ ଏହି ପବିତ୍ର ମାସରେ ଦିନକୁ ଥରେ ଭୋଜନ କରନ୍ତୁ । ହିନ୍ଦୁ ଶାସ୍ତ୍ରାନୁସାରେ, ମାଘ ମାସରେ ଦିନକୁ ଥରେ ଭୋଜନ ଗ୍ରହଣ କଲେ ଶରୀର ସୁସ୍ଥ ସହିତ ଏକାଗ୍ରତା ବୃଦ୍ଧି ପାଏ ।
ଆରମ୍ଭ ହେଲା ପବିତ୍ର ମାଘ ମାସ, ସୁଖ-ସମୃଦ୍ଧି ସକାଶେ ପରିବର୍ତ୍ତନ କରନ୍ତୁ ଦିନଚର୍ଯ୍ୟା

ଏହାଛଡ଼ା, ପବିତ୍ର ମାଘ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ବର୍ଣ୍ଣର ପୁଷ୍ପ ସହିତ ପଞ୍ଚାମୃତ ଅର୍ପଣ କରନ୍ତୁ । ଏହାପରେ ‘ମଧୁରାଷ୍ଟକ’ କାବ୍ୟର ପାଠ କରନ୍ତୁ । ଏହି କାବ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ୟାମ-ସୁନ୍ଦର ଚରିତ୍ରର ବର୍ଣ୍ଣନା କରାଯାଇଛି ।
ଆରମ୍ଭ ହେଲା ପବିତ୍ର ମାଘ ମାସ, ସୁଖ-ସମୃଦ୍ଧି ସକାଶେ ପରିବର୍ତ୍ତନ କରନ୍ତୁ ଦିନଚର୍ଯ୍ୟା

“ ଶ୍ରୀ ମାଧବ ଦୟା ସିନ୍ଦେ ଭକ୍ତକାମପ୍ରବର୍ଷଣ । ମାଘ ସ୍ନାନବ୍ରତଂ ମେହ୍ୟ ସଫଳଂ କୁରୁ ତେ ନମଃ । । ” ମନ୍ତ୍ରୀ ମଧ୍ୟ ଜାପ କରିପାରିବେ । ଏହାସହିତ ଗରିବ ଓ ଅସହାୟଙ୍କୁ ଭୋଜନ କରାନ୍ତୁ ।
ଆରମ୍ଭ ହେଲା ପବିତ୍ର ମାଘ ମାସ, ସୁଖ-ସମୃଦ୍ଧି ସକାଶେ ପରିବର୍ତ୍ତନ କରନ୍ତୁ ଦିନଚର୍ଯ୍ୟା
ପ୍ରଭୁଙ୍କ ଦୟା ପ୍ରାପ୍ତ ହେବ ।

Govt

Comments are closed.