ଲକ୍କି ଗର୍ଲ ରଶ୍ମିକା

ସାଉଥ୍‌ ଇଣ୍ଡଷ୍ଟ୍ରୀର ସୁପର୍‌ହିଟ୍‌ ନାୟିକା ରଶ୍ମିକା ମନ୍ଦାନା ପୁଣିଥରେ ଲMି ସାବ୍ୟସ୍ତ ହୋଇଛନ୍ତି । ଡିସେମ୍ବର ମାସରେ ସେ ଦର୍ଶକଙ୍କୁ ଦୁଇ ଦୁଇଟି ଧମାକାଦାର ଫିଲ୍ମ ଏକସଙ୍ଗେ ଭେଟିଦେବାକୁ ଯାଉଛନ୍ତି । ରଶ୍ମିକାଙ୍କ ଏହି ଦୁଇଟି ଫିଲ୍ମ ଗୋଟିଏ ଡେଟ୍‌ରେ ରିଲିଜ୍‌ ହୋଇ ପରସ୍ପରକୁ ଟMର ଦେବାକୁ ଯାଉଛି । ରଶ୍ମିକା ଓ ଅଲ୍ଲì ଅର୍ଜୁନ ଅଭିନୀତ ବହୁପ୍ରତିକ୍ଷୀତ ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍‌’ ରିଲିଜ୍‌ ଡେଟ୍‌ ଅଗଷ୍ଟ ୧୫ ତାରିଖକୁ ସ୍ଥିର ହୋଇଥିବା ବେଳେ ଏହାକୁ ଏବେ ଅଫିସିଆଲି ଭାବେ ଡିସେମ୍ବର ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏଥି ପୂର୍ବରୁ ବିକି କୌଶଲ ଓ ରଶ୍ମିକାଙ୍କ ଅଭିନୀତ ପିରିୟଡିକ୍‌ ଡ୍ରାମା ଫିଲ୍ମ ‘ଛାବା’ର ରିଲିଜ୍‌ ତାରିଖ ମଧ୍ୟ ଡିସେମ୍ବର ୬ ତାରିଖ ବୋଲି ଘୋଷଣା ହୋଇସାରିଥିଲା । ତେବେ ଗୋଟିଏ ଡେଟ୍‌ରେ ବକ୍ସ ଅଫିସ୍‌ରେ ଅଲ୍ଲୁ ଓ ବିକ୍କୀ ସାମ୍ନାସାମ୍ନି ହେଉଥିବା ବେଳେ ରଶ୍ମିକା ଟକ୍କର ମୈଦାନର ବୋଥ୍‌ସାଇଡ୍‌ ଖେଳାଳି ସାଜିବେ । ଜଣେ ଅଭିନେତା କିମ୍ବା ଅଭିନେତ୍ରୀଙ୍କ ଦୁଇଟି ଫିଲ୍ମ ଏକସଙ୍ଗେ ପ୍ରେକ୍ଷାଳୟକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ । ଏଥିପୂର୍ବରୁ ବହୁ ସୁପର୍‌ଷ୍ଟାର୍‌ଙ୍କ ଦୁଇ ଦୁଇଟି ଫିଲ୍ମ ଏକସଙ୍ଗେ ରିଲିଜ୍‌ ହୋଇ ଦର୍ଶକୀୟ ଆଦୃତି ଲାଭକରି ବ୍ଲବ୍‌ବଷ୍ଟର ହୋଇପାରିଛି । ତେବେ ‘ପୁଷ୍ପା୨’ ସୁପର୍‌ହିଟ୍‌ ହେଉ ଅବା ‘ଛବା’ ରଶ୍ମିକା ଫାଇଦାରେ ରହିବେ ଓ ଦର୍ଶକ ତାଙ୍କୁ ନଶ୍ଚିତପକ୍ଷେ ଗ୍ରହଣ କରିବେ ଏଥିରେ ସନ୍ଦେହ ନାହିଁ ।

Govt

Comments are closed.