ଲେଫ୍ଟନାଣ୍ଟ ଜେନେରାଲ୍ ଏମ୍‌ଭି ସୁଚିନ୍ଦ୍ର କୁମାର ହେଲେ ସେନା ଉପମୁଖ୍ୟ

ନୂଆଦିଲ୍ଲୀ : ଭାରତୀୟ ସେନା ଲେଫ୍ଟନାଣ୍ଟ ଜେନେରାଲ ଏମ.ଭି ସୁଚିନ୍ଦ୍ର କୁମାରଙ୍କୁ ଆର୍ମି ଷ୍ଟାଫ୍ (VCOAS) ର ନୂତନ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି କରାଯାଇଛି । ସେ ଲେଫ୍ଟନାଣ୍ଟ ଜେନେରାଲ୍ ବିଏସ୍ ରାଜୁ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି I ଲେଫ୍ଟନାଣ୍ଟ ଜେନେରାଲ୍ ବିଏସ୍ ରାଜୁଙ୍କୁ ଦକ୍ଷିଣ ପଶ୍ଚିମ ସେନା କମାଣ୍ଡ ଦାୟିତ୍ୱ ଦିଆଯାଇଛି I
ସେନା ଉପମୁଖ୍ୟ ଦାୟିତ୍ୱ ସମ୍ଭାଳିବା ପୂର୍ବରୁ ସୁଚିନ୍ଦ୍ର କୁମାର ଡେପୁଟି ଚିଫ୍ ଭାବେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ସେ ଜାମ୍ମୁ-କାଶ୍ମୀରରେ ହୋଇଥିବା ହ୍ୱାଇଟ୍ ନାଇଟ୍‌ କର୍ପସ୍ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଅପରେସନରେ ସେ ଭାଗ ନେଇଥିଲେ।
ସେନା ଉପାଧ୍ୟକ୍ଷ ପଦବୀରେ ଅବସ୍ଥାପିତ ଥିବା ଲେଫ୍ଟ ଜେନେରାଲ ବି.ଏସ୍ ରାଜୁଙ୍କୁ ଦକ୍ଷିଣ ପଶ୍ଚିମ ଆର୍ମି କମାଣ୍ଡକୁ ସ୍ଥାନାନ୍ତର କରାଯାଇଛି ଯେଉଁଠାରେ ସେ ଫେବୃଆରୀ ୨୮ ରେ ଅବସର ନେବାକୁ ଯାଉଥିବା ଲେଫ୍ଟ ଜେନେରାଲ ଏଏସ୍ ବିନ୍ଦରଙ୍କ ଉତ୍ତରାଧିକାରୀ ହେବେ।

ଲେଫ୍ଟନାଣ୍ଟ ଜେନେରାଲ ଏମ.ଭି ସୁଚିନ୍ଦ୍ର କୁମାର, ମହାରାଷ୍ଟ୍ରର ପୁଣେର ଖାଡକୱାସଲା ଠାରେ ଥିବା ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର । ସେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ, ୱେଲିଙ୍ଗଟନ୍, ହାଇ କମାଣ୍ଡ୍ କୋର୍ସ, ମୋହୋ ଏବଂ ନ୍ୟାସନାଲ ଡିଫେନ୍ସ କଲେଜରେ ନିଜର ଶିକ୍ଷା ସମାପ୍ତ କରିଛନ୍ତି ।

ଏହା ବ୍ୟତୀତ ସୁଚିନ୍ଦ୍ର କୁମାର ଶ୍ରୀଲଙ୍କାରେ ‘ଦକ୍ଷିଣ ଏସିଆରେ କୋଅପରେଟିଭ୍ ସିକ୍ୟୁରିଟି’ ଏବଂ ଇଜିପ୍ଟରେ ‘ମିଳିତ ଜାତିସଂଘର ସିନିୟର ମିଶନ୍ ଲିଡର୍ସ ପାଠ୍ୟକ୍ରମ’ ଉପରେ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତି I

Launching Ceremony of “AYUSHMAN BHARAT

Comments are closed.