ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ଭୁବନେଶ୍ୱର: ମଇ ୧୯: ଘରୋଇ ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦାମରେ ୮ ଟଙ୍କା ବୃଦ୍ଧି ଘଟିଛି । ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସିଲିଣ୍ଡର ଦାମ୍‌ ବୃଦ୍ଧି ହୋଇଛି । ଦାମ୍‌ ବୃଦ୍ଧି ପରେ ଘରୋଇ ସିଲିଣ୍ଡର ଦାମ୍‌ ଅନେକ ସହରରେ ବର୍ତ୍ତମାନ ୧,୦୦୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀ ଓ ମୁମ୍ବାଇରେ ଏଲପିଜି ସିଲିଣ୍ଡର ଦାମ୍‌ ୧,୦୦୩ ଟଙ୍କା ହୋଇଥିବା ବେଳେ କୋଲକାତାରେ ୧,୦୨୯ ଟଙ୍କା, ଚେନ୍ନାଇରେ ୧,୦୧୮ ଟଙ୍କା ୫ ପଇସା ରହିଛି । ସୂଚନା ଥାଉ କି, ଏହା ପୂର୍ବରୁ ମେ ୭ରେ ୧୪.୨ କିଲୋ ଘରୋଇ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା । କମର୍ସିଆଲ୍‌ ସିଲିଣ୍ଡର ଦାମ୍‌ ମଧ୍ୟ ବୃଦ୍ଧି ପାଇଥିଲା । ତେବେ ଏତେ ମାତ୍ରାରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କାରଣରୁ ସାଧାରଣ ଜନତାଙ୍କ ପ୍ରତି ଏହା ଏକ ଶକ୍ତ ଆଘତ ପ୍ରାୟ ହୋଇଛି । ଯାହାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ଦେଖା ଦେଇଛି ।

Govt

Comments are closed.