ଉପର ତଳ ହେଉଛି ଗ୍ୟାସ୍‌ ଦର

ଭୁବନେଶ୍ୱର: ଜୁଲାଇ ୦୬: କମୁଛି ବଢୁଛି ଗ୍ୟାସ୍‌ ଦର । ପ୍ରଥମେ ଗୋଟିଏ ମାସରେ ୫ ଥର ଗ୍ୟାସ୍‌ ଦର ବଢେଇବା ପରେ ଏବେ କମିଥିଲା ଦର । ତେବେ ପୁଣି ବଢିଲା ଗ୍ୟାସ ଦର । ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ବଢ଼ିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା । ଏଥିସହ ଦିଲ୍ଲୀରେ ଆଜିଠୁ ଏଲପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ପହଞ୍ଚିଛି । ୫ କେଜି ଏଲପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ହେଲେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ୫୦ ପଇସା କମିଛି । ତେବେ ଜୁଲାଇ ୧ ତାରିଖରେ ମଧ୍ୟ କମିଥିଲା କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ । ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ ସିଲିଣ୍ଡର ଦାମ୍‌ କମ୍‌ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍‌ ହ ୍ରାସ ପାଇଥିଲାେ ।

Govt

Comments are closed.