ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଧିରେ ଧିରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗରେ ଓଡ଼ିଶା-ଛତିଶଗଡ଼ ମଧ୍ୟ ଦେଇ ଗତି କରିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇଛି । ଗତକାଲିଠାରୁ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ମଧ୍ୟ ବର୍ଷାର ପରିମାଣ ବଢ଼ିପାରେ ବୋଲି ସୂଚନା ମିଳିଛି ।
ପାଣିପାଗ ବିଭାଗ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ନେଇ ୪ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି-ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ।
ସେହିପରି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗତ ୨୪ ଘଣ୍ଟାରେରାଜ୍ୟର କେତେକ ଅଞ୍ଚଳର ବର୍ଷା ରେକର୍ଡ କରାଯାଇଛି । ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡ଼ାଠାରେ ସର୍ବାଧିକ ବର୍ଷା ୧୬୧ ମିମି ରେକର୍ଡ ହୋଇଛି । ସେହିପରି ରାଜ୍ୟରେ ୮ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।
Comments are closed.