୧୨ ଘଣ୍ଟା ମଧ୍ୟରେ ଲଘୁଚାପ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବଙ୍ଗୋପସାଗର ଉତ୍ତର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟରେ ଲଗାଣ ବର୍ଷା ଯୋଗୁଁ ଟୁଇନ୍‌ ସିଟି ଭୁବନେଶ୍ୱର ଓ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଣ୍ଡର ପାସ୍‌ ରୋଡ୍‌ରେ ପାଣି ଜମିଛି । ଫଳରେ ଯାତାୟତରେ ବାଧା ଉପୁଜିଛି ।

ସେହିପରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେତେକ ତଳିଆ ଅଞ୍ଚଳରେ ଭୂÕଳ ଘଟଛି । ଏନେଇ ପାଣିପାଗ ବିଭାଗ ସତର୍କ କରାଇବା ସହିତ ରାଜ୍ୟର ଉଦ୍ଧାରକାରୀ ଓଡ୍ରାଫ୍‌ ଦଳ ଓ ଡାକ୍ତରୀ ଦଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ନଯିବାକୁ ବାରଣ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.