ଆସନ୍ତା ୧୯ରେ ହୋଇପାରେ ଲଘୁଚାପ: ଶମିଳିଗୁଡ଼ାରେ ସବୁଠୁ ଅଧିକ ଥଣ୍ଡା

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୯ ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରି ସୂଚନା ଦେଇଛି । ଏହି ଲଘୁଚାପରେ ଓଡ଼ିଶା ଉପରେ ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇପାରିନି ।

ଅନ୍ୟପକ୍ଷରେ କୋରାପୁଟ ଶିମିଳିଗୁଡ଼ା ସବୁଠୁ ଅଧିକା ଥଣ୍ଡା ଅନୂଭୁତ ହେଉଛି । ସେଠାରେ ରାତ୍ରିକାଳୀନ ତାପମାତ୍ରା ୭.୬ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଜି.ଉଦୟଗିରିରେରେ ୮.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦.୦ଡ଼ିଗ୍ରୀ, କୋରାପୁଟରେ ୧୦.୫ ଡ଼ିଗ୍ରୀ, ଫୁଲବାଣୀରେ ୧୧.୦ ଡ଼ିଗ୍ରୀ, ଭବାନୀପାଟଣାରେ ୧୨.୦ ଡ଼ିଗ୍ରୀ, କିରେଇରେ୧୨.୦ ଡ଼ିଗ୍ରୀ, ସମ୍ବଲପୁର ଚିପିଲିମାରେ ୧୩.୨ଡ଼ିଗ୍ରୀ ଓ ଝାରସୁଗୁଡାରେ ୧୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଦୈତ୍ୟ ନଗରୀ କଟକରେ ୧୬. ୬ ଓ ଭୁବନେଶ୍ୱରରେ ୧୬.୫ ଡିଗ୍ରୀ ରାତ୍ରିକାଳୀନ ତାପମାତ୍ରା ରେକର୍ଡ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.