ଭୁବନେଶ୍ୱର : ଆଜିଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଜି ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇ ୨୨ରେ ଅବପାତ ଆଉ ୨୪ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ । ଫଳରେ ବାତ୍ୟା ସିଟ୍ରIଙ୍ଗ କୁ ନେଇ ବଢୁଛି ଆଶଙ୍କା I ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ତେବେ ଆଇଏମ୍ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ । ଅବପାତରେ ପରିଣତ ହେବା ପରେ ବାତ୍ୟା ସଂପର୍କିତ ଅଧିକ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ।
ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୭ ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍ଆର୍ସି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି । I.M.D.ର ଜି.ଏଫ୍.ଏସ୍. ମଡେଲ୍ ଅନୁସାରେ ବାତ୍ୟା ୨୮ ତାରିଖରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଅଧିକ । ତେବେ ୨୨ ତାରିଖରେ ଲଘୁଚାପ ଅବପାତର ରୂପ ନେବା ପରେ ସମ୍ଭାବ୍ୟ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୫ରୁ ୫୫ ସର୍ବାଧିକ ୬୫କିଲୋମିଟର ରହିପାରେ ପବନର ବେଗ । ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ହୋଇଛନ୍ତି ସରକାର ।

Comments are closed.