ଗଭୀର ଅବପାତର ରୂପ ନେଲା ଲଘୁଚାପ,ପୁରୀ ଓ ଜଗତସିଂପୁରକୁ ରେଡ୍ ୱାର୍ଣ୍ଣିଂ

0

ଭୁବନେଶ୍ୱର : ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି। ଅବପାତଟି ପୁରୀ ଠାରୁ ୩ ଶହ କିଲୋମିଟର ଦୂର ଏବଂଗୋପାଳପୁର ଠାରୁ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ୧୦ କିମି ବେଗରେ ଏହା ଅଗ୍ରଗତି କରୁଛି । ଶୁକ୍ରବାର ସକାଳେ ଏହା ପାରାଦୀପ-ଗୋପାଳପୁର ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଯାହାର ପ୍ରଭାବ ରେ ଗୁରୁବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଏଥିପାଇଁ ବୁଧୁବାର ଠାରୁ ଟ୍ବିନ୍ ସିଟିରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଆସନ୍ତାକାଲି ଯାଏଁ ଲାଗି ରହିବ ପ୍ରବଳ ବର୍ଷା । ୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏଥିପାଇଁ ପୁରୀ ଓ ଜଗତସିଂପୁରକୁ ରେଡ୍ ୱାର୍ଣ୍ଣିଂଜାରି ହୋଇଛି । ବାକି ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେ଼ଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ପୁରୀ, ଗଞ୍ଜାମ୍ , ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ମଧ୍ୟ ପ୍ରଭାବିତ କରିପାରେ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.