୨୪ ଘଣ୍ଟା ମଧ୍ୟରେ ଲଘୁଚାପ

ଭୁବନେଶ୍ୱର : ମାର୍ଚ୍ଚ ୧୫: ଦକ୍ଷିଣ-ପଶ୍ଚିମ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଢ଼ିବ । ତେବେ ସେହି ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଭୁନେଶ୍ୱର ପାଣିପାଗ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି ।

ଅନ୍ୟପକ୍ଷରେ, ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ତେବେ ଏହା ବାତ୍ୟାର ରୂପ ନେଇପାରେ । ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ, ତାହା ଏବେଠାରୁ ଆକଳନ କରିବା କଷ୍ଟକର ।

Govt

Comments are closed.