ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଆଗାମୀ ୨୪ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରଭାବରେ ଆଜିଠାରୁ ଦକ୍ଷିଣ,ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ଲଘୁଚାପଟି ପଶ୍ଚିମ,ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅଧିକ ଘନୀଭୂତ ହୋଇ ୨୫ ବେଳକୁ ଅବପାତ ଏବଂ ୨୭ ବେଳକୁ ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ୨୭ ରୁ ୨୯ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା । ବିଶେଷ କରି ଉପକୂଳ ଓ ଦକ୍ଷିଣରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅକ୍ଟୋବର ମାସ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା କେଉଁ ରୂପ ନେବ, ବାତ୍ୟା ଆଣିବ କି ନାହିଁ ସେନେଇ ସମସ୍ତଙ୍କ ମନରେ ଆଶଙ୍କା ବଢିବାରେ ଲାଗିଛି । ଆଗାମୀ ୨୪ଘଣ୍ଟାରେ ଅଧିକ ସ୍ପଷ୍ଟତା ଆସିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା ଜେଏଫଏସ୍, ୟୁରୋପୀୟ ଇସିଏଡବ୍ଲ୍ୟୁଏଫ୍ ମଡେଲ ଇଣ୍ଡିକେସନ ଠିକ୍ ଏହି ଦିଗକୁ ଯାଉଛି ।
