ଭଦ୍ରକ: ଘରେ ମାଲିକ ନଥିବା ବେଳେ ଘରୁ ହେଲା ଚୋରି । ତଦନ୍ତ ବେଳେ ଭଡାଟିଆଙ୍କ ଘରୁ କିଛି ଚୋରି ସାମଗ୍ରୀ ଉଦ୍ଧାର ହୋଇଥିଲା । କିନ୍ତୁ ପୋଲିସ କୌଣସି କାଯ୍ୟାନୁଷ୍ଠାନ ନେଉନଥିବାରୁ ଏସପିଙ୍କୁ ଭେଟିଛନ୍ତି ଘରର ମାଲିକ । ଅଭିଯୋଗ ଅନୁସାରେ, ଭଦ୍ରକ ସହରାଂଚଳ ଥାନା ଅଧୀୀନ କିଆଂସ ଅଂଚଳର କଲ୍ୟାଣୀ ସାହୁଙ୍କ ଘରୁ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା ।
ସହରାଂଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସନେ୍ଦହରେ ଘରେ ଭଡାରେ ରହୁଥିବା ଦୁଇ ଜଣଙ୍କୁ ପଚରାଉଚୁରା କରିଥିଲା । ପରେ ଯାଂଚ ବେଳେ ଭଡାଟିଆଙ୍କ ଘରୁ କିଛି ଚୋରି ସାମଗ୍ରୀ ପୋଲିସ ଜବତ କରିଥିଲା । ଏହା ସତ୍ୱେ ପୋଲିସ ଦୁଇ ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି ।
ଦୁଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଭଦ୍ରକ ଏସପିଙ୍କୁ ଭେଟି ନିବେଦନ କରିଛନ୍ତି ଘର ମାଲିକ ।

Comments are closed.