ସମୟ ଲାଇଭ,୧୨/୧୧: ଓଡ଼ିଶାର ଚର୍ଚ୍ଚିତ ଜଗା ବଳିଆଙ୍କ ଯୋଡାମୁଣ୍ଡ ଅପରେସନ ଏବେ ସ୍ଥାନ ପାଇବ ବିଶ୍ୱପ୍ରସିଦ୍ଧ ଲିମକା ବୁକ ଅଫ ରେକର୍ଡରେ। ଅନୁଷ୍ଠାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏନେଇ ଆନୁଷ୍ଠାନିକ ନିଷ୍ପତ୍ତି ସରିଥିବା ଜଣାପଡ଼ିଛି । ତତ୍କାଳୀନ ଏମ୍ସ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଡା. ଅଶୋକ ମହାପାତ୍ର ଓ ଏମ୍ସ ନୂଆଦିଲ୍ଲୀ ନ୍ୟୁରୋସର୍ଜନ ବିଭାଗର ଡାକ୍ତର ଦୀପକ କୁମାର ଗୁପ୍ତାଙ୍କ ନେତୃତ୍ୱରେ ଜଗାବଳିଆଙ୍କ ପ୍ରଥମ ପର୍ୟ୍ୟାୟ ଅପରେସନ୍ ହୋଇଥିଲ । ଦୁଇଟି ପର୍ୟ୍ୟାୟରେ ଜଗା-କାଳିଆ ମୁଣ୍ଡ ଅଲଗା ହୋଇଥିଲା । ପ୍ରଥମ ପର୍ୟ୍ୟାୟରେ ଅପରେସନ୍ ହୋଇ କାଳିଆ ମୁଣ୍ଡରେ ଭେନସ୍ ବାଇପାସ୍ ସୃଷ୍ଟି କରାଯାଇଥିଲା ଓ ଜଗା ମସ୍ତିଷ୍କକୁ ଆଂଶିକ ଅଲଗା କରାଯାଇଥିଲା । ଲଗାତାର ୨୫ ଘଣ୍ଟା ପାଇଁ ଏହି ଅପରେସନ୍ ଚାଲିଥିଲା । ପରେ ୨୦୧୭ ଅକ୍ଟୋବର ୨୫ ତାରିଖରେ ୨୦ ଘଣ୍ଟା ଧରି ଦ୍ୱିତୀୟ ପର୍ୟ୍ୟାୟ ଅପରେସନ୍ ହୋଇଥିଲା । ଏଥିରେ ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ଯୋଡ଼ା ମୁଣ୍ଡକୁ ଅଲଗା କରାଗଲା । ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ୨୦୨୦ ସଂସ୍କରଣରେ ଜଗାବଳିଆଙ୍କ ଏହି ବିରଳ ଅପରେସନ୍କୁ ପ୍ରଥମ ସଫଳ ଯୋଡ଼ାମୁଣ୍ଡ ଅପରେସନର ମାନ୍ୟତା ଦିଆଯିବ ବୋଲି ଜଣାପଡିଛି ।

Comments are closed.