ଝାରସୁଗୁଡା/କିର୍ମିରା : ଝାରସୁଗୁଡାରେ ବିଜୁଳି ସଙ୍କଟ ଦେଖାଦେଉଥିବା ବେଳେ ରାତିରେ ବନ୍ଦ ରହି ଦିନତମାମ ବିଜୁଳି ବତୀ ଜଳୁଛି । ଜିଲ୍ଲାର ବାଲିଯୋରୀ ବନ୍ଦରପଡା ସାରସମାଲ ଆଇଓସିଏଲ ପେଟ୍ରୋଲ ଡିପୁ ନିକଟବର୍ତ୍ତି ପୌରାଞ୍ଚଳରେ ସରକାର ବିଜୁଳି ଖୁଣ୍ଟ ଲଗାଇ ରାସ୍ତାରେ ଆଳୁଅ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଉଚ୍ଚ ବିଜୁଳି ଖୁଣ୍ଟ ସହ ବତୀ ଲାଗିଛି । ଗୋଟିଏ କି ଦୁଇଟି ନୁହେଁ , ସେଥି ମଧ୍ୟରୁ ଅର୍ଦ୍ଧାଧିକ ବତୀର ଗୁଣ ଅଜବ ରହିଛି ।
ଅନେକ ବତୀଗୁଡିକ ରାତି ସାରା ଜଳୁ ନ ଥିବା ବେଳେ ଦିନ ତମାମ ଫୁଲ ଭୋଲଟେଜରେ ଜଳୁଛି । ଝାରସୁଗୁଡାରେ ଅନେକ ସ୍ଥାନରେ ବିଜୁଳିର ସମସ୍ୟା ରହିଥିବା ବେଳେ ପୌରପାଳିକାର ସାମାନ୍ୟ ଅବହେଳାରୁ ରାତିରେ ବିଜୁଳି ବତୀ ଜଳୁ ନାହିଁ । ରାସ୍ତାଘାଟ ଅନ୍ଧାର ରହୁଛି ଓ ଦିନରେ ନିରନ୍ତର ଭାବେ ବିଜୁଳି ବତୀ ଜଳି ବିଜୁଳିର ଅପଚୟ ହେବାରେ ଲାଗିଛି । ଦୀର୍ଘ ମାସ ମାସ ଧରି ଏହାର ସୁଧାରହେଉ ନ ଥିବାରୁ ଆଇଓସିଏଲ ତଥା ଜିଲ୍ଲା ହସପିଟାଲ ନିକଟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଯାତାୟତରେ ସମସ୍ୟା ହେଉଥିବା ବେଳେ ରାତ୍ରରେ ଗମନାଗମନ କରୁଥିବା ଯାତ୍ରୀଙ୍କ ନାହିଁ ନ ଥିବା ଭୋଗିବାକୁ ପଡୁଛି ।
ଅତି ନିକଟ ସମୟ ଶୁକ୍ରବାର କାମ କରି ରାତିରେ ଘରକୁ ଫେରୁଥିବା ଅଲଟ୍ରାଟେକ ସିମେଣ୍ଟ କାରଖାନାର ଜଣେ ସୁରକ୍ଷା କର୍ମି ସେହି ରାସ୍ତାରେ ବିଜୁଳି ଅଭାବ ଯୋଗୁଁ ଏକ ଭାରିଯାନର ଲାଇଟ ଆଖିରେ ପଡିବାରୁ ମୁହାଁମୁହିଁ ଧMା ହୋଇ ଗୁରୁତର ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଏପରି ବାରମ୍ବାର ଦୁର୍ଘଟଣା ଘଟି ଚାଳିଥିବାରୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଓ ପୌରପାଳିକା ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବି କରୁଛନ୍ତି ।

Comments are closed.