ଭୁବନେଶ୍ୱର : ଚୀନରେ ଭୟଙ୍କର ରୂପ ନେଲାଣି କରୋନା ପରିସ୍ଥିତି I ଓମୀକ୍ରନ ର ନୂଆ ସବ ଭାରିଆଣ୍ଟ ବି.F7 ଆତଙ୍କ ଖେଳାଇଛି I ଭାରତରେ ଏହି ଭାରିଆଣ୍ଟ ର ୩ ଜଣ ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I ଏମାନଙ୍କ ମଧ୍ୟରୁ ଗୁଜୁରାଟରୁ ୨ ଜଣ ଥିବାବେଳେ ଓଡ଼ିଶାରେ ଜଣେ ଚିହ୍ନଟ ହୋଇଥିଲେ I
ଗତ ୩ ମାସ ପୂର୍ବରୁ ଏହି ଆକ୍ରାନ୍ତ ଜଣକ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିଲେ I ଓଡିଶାରୁ ଏହି ନୂଆ ପ୍ରଜାତି ଚିହ୍ନଟ ହେବାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସତର୍କ ରହିବାକୁ କେନ୍ଦ୍ରରୁରାଜ୍ୟ ଗୁଡିକୁ ଚିଠି ଦିଆ ସରିଲାଣି I ଚିଠି ମିଳିବାପରେ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ଲୋକଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ମାତ୍ରେ ପରୀକ୍ଷଣ କରାଯିବ। ଏହାପରେ ଆକ୍ରାନ୍ତଙ୍କ ଜିନମ ସିକ୍ୱେସିଂ ପାଇଁ ପଠାଯିବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଜିନମ ସିକ୍ୱେସିଂ ଏବଂ ସର୍ଭେଲାନ୍ସ ପାଇଁ ବ୍ୟବସ୍ଥା କରାଯାଇଛି। ଏହାପରେ ଯଦି ସଂକ୍ରମଣ ବୃଦ୍ଧି ପାଏ ତେବେ ପୂର୍ବଭଳି ବ୍ୟବସ୍ଥା ଗ୍ରହଣ କରାଯିବ। ଆଗକୁ ହକି ବିଶ୍ୱକପ୍ ଥିବାରୁ ଏହାକୁ ଗୁରୁତ୍ବର ସହିତ ନେଇଛି ସ୍ବାସ୍ଥ୍ୟ ବିଭାଗ। ହକି ପାଇଁ ଅହେତୁକ ଭିଡ଼ ହେବ। ଯଦି କାହାର ଲକ୍ଷଣ ଦେଖାଦିଏ ତେବେ ସେଠାରେ ପରୀକ୍ଷଣ ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ଭୁବନେଶ୍ୱର ଓ ରାଉରକେଲାରେ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି। ଏନେଇ ଏକ ସ୍ବତନ୍ତ୍ର ଦଳ କାର୍ଯ୍ୟ କରିବା ସହିତ ରାଜ୍ୟ ରାପିଡ ରେସପନ୍ସ ଦଳ ଏ ଦିଗରେ ତଦାରଖ କରୁଛି। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ସେପ୍ଟେମ୍ବରରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସେ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବର୍ତ୍ତମାନ ଆଇଏଲଏସ ଏବଂ ଆରଏମ୍ଆରସିରେ ଜିନମ ସିେକ୍ବନ୍ସିଂ ବ୍ୟବସ୍ଥା ଥିବାବେଳେ ଖୁବ୍ଶୀଘ୍ର କଟକ ବଡ଼ ମେଡ଼ିକାଲରେ ଏହି ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଶନିବାର ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସି ନିଷ୍ପତ୍ତି ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ବିଏଫ.୭ ହେଉଛି କରୋନାର ଓମିକ୍ରନ ପ୍ରଜାତି ଭୂତାଣୁର ଏକ ଉପପ୍ରଜାତି। ବିଏଫ୍.୭ ଭୂତାଣୁ ଯୋଗୁଁ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗୁଜରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରେ ଏହି ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଥିଲା। ଗୁଜରାଟର ତିନିଜଣ ଓ ଓଡ଼ିଶାର ଜଣେ ସଂକ୍ରମିତଙ୍କ ଠାରେ ଏହି ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ଗୁଜରାଟର ବରୋଦାସ୍ଥିତ ସାହାନପୁରା ଅଞ୍ଚଳର ଜଣେ ୬୧ ବର୍ଷୀୟ ବୃଦ୍ଧାଙ୍କ ଠାରେ ନୂଆ ପ୍ରଜାତି ଭୂତାଣୁ ଠାବ ହୋଇଛି। ସେ ଆମେରିକାରୁ ଫେରିଥିଲେ। ସେହିପରି ଅହମଦାବାଦ ଜଣେ ବ୍ୟକ୍ତିଙ୍କ ଠାରେ ବିଏଫ୍.୭ ଭୂତାଣୁ ଚିହ୍ନଟ ହୋଇଛି। ଦେଶରେ ୪ଜଣ ସଂକ୍ରମିତଙ୍କ ଠାରେ ବିଏଫ୍.୭ ଭୂତାଣୁ ଚିହ୍ନଟ ହୋଇଥିବା କୁହାଯାଇଛି।
Comments are closed.