ୟୁକ୍ରେନ୍‌କୁ ୭୬ କୋଟି ଟଙ୍କାର ଆର୍ଥିକ ସହାୟତାରାଶି ଦେଲେ ‘ଟାଇଟାନିକ୍‌’ ଫିଲ୍ମର ହିରୋ

କିଭ୍‌: ମାର୍ଚ୍ଚ ୦୮: ଋଷ୍‌-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଜୀବନ ସହିତ ବହୁ ଧନ ହାନି ହେଉଛି । ଋଷ୍‌ ଭଳି ବଡ଼ ଦେଶ ଆଗରେ ୟୁକ୍ରେନ୍‌ର ବିଶେଷ ହାନି ହେଉଛି । ଯୁଦ୍ଧରେ ୟୁକ୍ରେନ୍‌କୁ ସମର୍ଥନ କରି ବହୁ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଉଛନ୍ତି । ଏହରି ମଧ୍ୟରେ ଟାଇନାନିକ୍‌ ଫିଲ୍ମର ହିରୋ ତଥା ଲୋକପ୍ରିୟ ହଲିଉଡ୍‌ ଅଭିନେତା ଲିଓନର୍ଡୋ ଡିକାର୍ପିଓ ୟୁକ୍ରେନ୍‌କୁ ବଡ଼ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଅଭିନେତା ଲିଓନାର୍ଡୋଙ୍କ ଆଈ ୟୁକ୍ରେନ୍‌ର ଓଡେଶାରେ ରୁହନ୍ତି ।

ୟୁକ୍ରେନ୍‌ର ଏକ ଗଣମାଧ୍ୟମ ଅନୁସାରେ, ଲୋକପ୍ରିୟ ଅଭିନେତା ଲିଓନାର୍ଡୋ ୧୦ ମିଲିଅନ୍‌ ୟୁଏସ୍‌ଡି ଅର୍ଥ ୟୁକ୍ରେନ୍‌କୁ ପ୍ରଦାନ କରିଛନ୍ତି । ଭାରତୀୟ ମୁଦ୍ରା ହିସାବରେ ତାହାର ମୂଲ୍ୟ ୭୬ କୋଟି ୮୮ ଲକ୍ଷ ୯୫ ହଜାର ହେବ । ଯୁଦ୍ଧ ସମୟରେ ଲିଓନାେର୍ଡୋ ଦେଇଥିବା ଅର୍ଥ ୟୁକ୍ରେନ୍‌କୁ ମିଳିଥିବା ସବୁଠାରୁ ବଡ଼ ଆର୍ଥିକ ସହାୟତାରାଶି ବୋଲି ୟୁକ୍ରେନ୍‌ ଗଣମାଧ୍ୟମ ପ୍ରକାଶ କରିଛି ।

Launching Ceremony of “AYUSHMAN BHARAT

Comments are closed.