୩୦ ଦିନ ଜେଲରେ ରହିଲେ ପଦ ହରାଇବେ ନେତା

0

ନୂଆଦିଲ୍ଲୀ : ନିର୍ବାଚିତ ଜନ ପ୍ରତିନିଧିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଲେ ପଦରୁ ହଟିବେ । ଲଗାତାର ୩୦ ଦିନ ଧରିଆ ଜେଲରେ ରହିଲେ ନିଲମ୍ବିତ ହେବା ସହିତ ପଦ ହରାଇବେ ନେତା । ନିଜେ ଇସ୍ତଫା ନଦେଲେ ତାଙ୍କୁ ପଦରୁ ନିଲମ୍ବିତ କରାଯିବ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି କୌଣସି ବି ନେତା, ୩୦ ଦିନରୁ ଅଧିକ ଜେଲ୍‌ରେ ରହିଲେ ଯିବ ଆସନ । ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ରାଜନେତାଙ୍କ ବିରୋଧରେ କେନ୍ଦ୍ର ସରାକର ଆଣିବାକୁ ଯାଉଛନ୍ତି ନୂଆ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୩ଟି ବିଲ ଉପସ୍ଥାପନ କରିବେ ।

ଏହି ବିଲ୍‌ରେ ରହିଛି ପ୍ରାବଧାନ , ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା କୌଣସି ବି ରାଜନେତା ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍‌ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍‌ରେ ୫ ବର୍ଷ ଜେଲ୍‌ ଦଣ୍ଡ ବିଧାନ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

Govt
Leave A Reply

Your email address will not be published.