୯ ଜିଲ୍ଲାକୁ ୱାର୍ଣ୍ଣିଂ: କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର: ଫେବୃଆରୀ ୦୪: ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବ ସକାଶେ ବର୍ଷା ଲାଗି ରହିଛି । ଦକ୍ଷିଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହାହସିତ ରାଜ୍ୟର ୯ ଜିଲ୍ଲାରେ କୁଆପଥର ସହିତ ପ୍ରବଳ ବର୍ଷାର ସତର୍କ ସୂଚନା ଦିଆଯାଛି । ସେହି ଜିଲ୍ଲାଗୁଡ଼ିକ ହେଲେ- ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ।

ସେହିପରି ପଶ୍ଚିମା ଝଡ଼ର ପ୍ରଭାବକୁ ନଜରରେ ରଖି ଆଜି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଲାଗି ରହିଛି ।
ଗତକାଲିଠାରୁ ରାଜ୍ୟ ପାଣିପାଗରେ ପରିବର୍ତ୍ତନ ଆସିଛି । ବହୁ ଜିଲ୍ଲାମାନଙ୍କରେ ପଶ୍ଚିମା ଝଡ଼ ପ୍ରବାହ ହେଉଛି । ଆଜି ମଧ୍ୟ ଭୁବନେଶ୍ୱରରେ ପଶ୍ଚିମା ଝଡ଼ ଯୋଗୁଁ ୨୦ରୁ ୨୫ କିମି ବେଗରେ ପବନ ପ୍ରବାହ ହେଉଥିବା ନଜର ଆସିଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା-

Launching Ceremony of “AYUSHMAN BHARAT

Comments are closed.