୧୪ ବର୍ଷ ପରେ ରିଲିଜ୍‌ ହେଲା ଇର୍‌ଫାନଙ୍କ ଫିଲ୍ମ

ମୁମ୍ବାଇ: କରୋନା କଟକଣା ଯୋଗୁଁ ବଲିଉଡ୍‌ର ନାମୀଦାମୀ ସେଲିବ୍ରେଟି ଓଟିଟି ପ୍ଲାଟଫର୍ମରେ ଡେବୁ୍ୟ କରୁଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ଏପରିକି ସେହି ଲୋକଙ୍କୁ ମଧ୍ୟ ଡିଜିଟାଲ ପରିଚୟ ମିଳିଛି, ଯେଉଁମାନଙ୍କୁ ଆଗରୁ କେହି ଚିହ୍ନି ନଥିଲେ । ସେପଟେ ଦିବଂଗତ ଅଭିନେତା ଇରଫାନ ଖାନଙ୍କ ଏପରି ଏକ ଫିଲ୍ମ ଥିଲା, ଯାହା କେବେ ବି ରିଲିଜ୍‌ ହୋଇପାରିନଥିଲା । ହେଲେ ଏବେ ଏହି ଫିଲ୍ମ ୧୪ ବର୍ଷ ପରେ ମୁକ୍ତିଲାଭ କରିଛି । ବର୍ଷିଆନ ଅଭିନେତା ଇରଫାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ମର୍ଡର ଆଟ୍‌ ତିସରୀ ମଞ୍ଜିଲ୍‌ ୩୦୨’ ୩୧ ଡିସେମ୍ବରକୁ ଡିଜିଟାଲ ପ୍ଲାଟଫର୍ମ ଜି-ଫାଇଭ୍‌ରେ ରିଲିଜ ହୋଇଛି ।
କ୍ରାଇମ୍‌ ଥ୍ରୀଲ୍‌, ସସ୍‌ପେନ୍ସରେ ଭରପୂର ଥିବ ଏହି ଫିଲ୍ମ ଲୋକଙ୍କୁ ମନୋରଞ୍ଜିତ କରିଛି । ଏଥିସହ ଇରଫାନ ଖାନଙ୍କ ଫିଲ୍ମ ମୁକ୍ତିଲାଭ କରିବା ତାଙ୍କ ପ୍ରଶଂସକଙ୍କ ପାଇଁ ନୂଆବର୍ଷ ଉପହାର ପରି ଲାଗିଛି, ଯାହାକୁ ସେମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ଏହି ଫିଲ୍ମର କାହାଣୀ ଏକ ବିଜନେସ୍‌ମ୍ୟାନଙ୍କ ଉପରେ ଆଧାରିତ, ଯାହାଙ୍କ ପତ୍ନୀ ନିଖୋଜ ହୋଇଯାଉଛନ୍ତି । ଫିଲ୍ମରେ ବିଜନେସମ୍ୟାନର ଚରିତ୍ରରେ ରଣବୀର ଶୋରେ ଅଛନ୍ତି ଏବଂ ଇରଫାନ ଖାନ ଅପହରଣକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅ³ାସ ମସ୍ତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରତିଟି ଦୃଶ୍ୟରେ ବଦଳୁଛି ପ୍ରତି ଚରିତ୍ରଙ୍କ ଚେହେରା, ଯାହା ଦର୍ଶକଙ୍କ ସସପେନ୍ସକୁ ଆହୁରି ବଢ଼ାଇଦେଉଛି । ସବୁଠୁ ବଡ଼ କଥା ହେଉଛି ଏଥିରେ ଇରଫାନ ଖାନଙ୍କୁ ଆପଣ ଯୌବନ ଅବସ୍ଥାରେ ଦେଖିବାକୁ ପାଇବେ । ଭାରତୀୟ ସିନେ ଇଣ୍ଡଷ୍ଟ୍ରୀକୁ କିଛି ହଟକେ ଫିଲ୍ମ ଭେଟି ଦେଇ ଇରଫାନ ୨୯ ଏପ୍ରିଲ ୨୦୨୦ରେ ଦୁନିଆରୁ ବିଦାୟ ନେଇଥିଲେ । ବଲିଉଡ୍‌ରେ ନୁହେଁ ହଲିଉଡ୍‌ରେ ମଧ୍ୟ ଇରଫାନ କାମ କରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି ସଂଳାପ ସିନେପ୍ରେମୀଙ୍କ ହୃଦୟରେ ଅଟକି ରହିଯାଇଥାଏ ।

Comments are closed.