କାଲି ବ୍ରଜରାଜନଗର ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନ

ବ୍ରଜରାଜନଗର: ମଇ ୧୦: ଜୋରସୋରରେ ଚାଲିଛି ବ୍ରଜରାଜନଗର ନିର୍ବାଚନ ପ୍ରସ୍ତୁତି । ତେବେ କାଲି ଏହି ଉପନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଶେଷଦିନ । ରାଜ୍ୟର ପ୍ରମୁଖ ଦଳ ଏହାର ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଏଯାଏ କେହି ନାମାଙ୍କନ ଦାଖଲ କରିନାହାନ୍ତି । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାଁ ଘୋଷଣା ହୋଇଛି ।ସେପଟେ ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିସାରିଛି । ତିନି ଦଳ ରଣନୀତି ସ୍ଥିର କରୁଛନ୍ତି । ଯେଉଁଥିରେ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ଦେଖି ସମରସଜ୍ଜା ହେଉଛି । ଉଭୟ ବିଜେପି ଓ ବିଜେଡିକୁ ଗୋଷ୍ଠୀ କନ୍ଦଳ ଅଡୁଆ ହେବ ବୋଲି କୁହାଯାଉଛି ଛ ରାଧାରାଣୀଙ୍କୁ ପ୍ରାର୍ଥୀ କରାଯିବା ପରେ ଝାରସୁଗୁଡା ତେବେ ଏପରି ସ୍ଥିତିରେ ଦଳ ଦଳ ମଧ୍ୟରେ ଅନ୍ତକନ୍ଦଳ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦୁଇ ଦଳଙ୍କ ଘର କଳିରୁ କଂଗ୍ରେସ କିଛି ଫାଇଦା ମାରି ପାରୁଛି ନା ନାହିଁ ଜଣାପଡିବ । ଅନ୍ୟପଟେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ଚୁଆଲ ମୋଡ୍‌ କ୍ୟାପେନିଂ ବାବଦ ଖର୍ଚ୍ଚକୁ ନିର୍ବାଚନୀ ବାବଦ ଖର୍ଚ୍ଚ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଜୁନ ୩ ଯାଏଁ ବଳବତ୍ତର ରହିବ । ତେବେ ବ୍ରଜରାଜନଗର ଉପନିର୍ବାଚନରେଚଳିତ ବର୍ଷ ୨ ଲକ୍ଷ ୧୪ ହଜାର ୭୪୫ ଜଣ ଭୋଟର ଅଂଶ ଗ୍ରହଣ କରିବେ ବୋଲି ନିର୍ବାଚନ ଆୟୁକ୍ତ ସୁଶୀଲ ଲୋହାନୀ କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.