ଓଟିଟି ପ୍ଲାଟଫର୍ମରେ ଲାରାଙ୍କ ନୂଆ ସିରିଜ୍‌

ମୁମ୍ବାଇ: ଗତ କିଛି ଦିନ ଧରି ଅଭିନେତ୍ରୀ ଲାରା ଦତ୍ତା ଡେଟିଂ ଆପ୍‌ରେ ତାଙ୍କର ଫେକ୍‌ ପ୍ରୋଫାଇଲକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରି ଏହା ଉପରେ ସଫେଇ ମଧ୍ୟ ଦେଇଛନ୍ତି । ଏହାରି ମଧ୍ୟରେ ଆଗାମୀ ପ୍ରୋଜେକଫକୁ ନେଇ ପୁଣି ଥରେ ଲାରା ଶିରୋନାମାରେ ଆସିଯାଇଛନ୍ତି । ଖବର ଅନୁଯାୟୀ, ବଲିଉଡ୍‌ର ସୁନ୍ଦରୀ ନାୟିକା ଓଟିଟି ପ୍ଲାଟଫର୍ମ ‘ଲାରା ଲାୟନ୍‌ସଗେଟ୍‌ ପ୍ଲେ’ର ପ୍ରଥମ ଓରିଜିନାଲ ସିରିଜ୍‌ ‘ହିକ୍‌କପସ୍‌ ଆଣ୍ଡ୍‌ ହୁକ୍‌ଅ«’ରେ ନଜର ଆସିବାକୁ ଯାଉଛନ୍ତି ।
 ଓଟିଟି ପ୍ଲାଟଫର୍ମରେ ଲାରାଙ୍କ ନୂଆ ସିରିଜ୍‌
ଲାରା ସିରିଜ୍‌ ବିଷୟରେ ଆଲୋଚନା କରି ଏକ ଇଣ୍ଟରଭୁ୍ୟରେ କହିଛନ୍ତି ଯେ, ହିକ୍‌କପସ୍‌ ଆଣ୍ଡ୍‌ ହୁକ୍‌ଅ«ରେ ଏକ ବୋଲï ଏବଂ ଆଧୁନିକ ପରିବାରର କାହାଣୀ ରହିଛି । ପରିବାର ଭିତରେ କେବେ ବି ଆଲୋଚନା କରାଯାଉନଥିବା ପ୍ରସଙ୍ଗକୁ ଏହି ସିରିଜ୍‌ରେ ଦର୍ଶାଯାଇଛି । ଏହି ଶୋରେ ଲାରାଙ୍କ ବ୍ୟତୀତ ରାଜକୁମାର ରାଓ, ପ୍ରତୀକ ବ³ର ଏବଂ ଶିନୋଭା ମୁଖ୍ୟ ଭମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି କୁନାଲ କୋହଲୀ । ସିରିଜ୍‌ଟି ଓଟିଟି ପ୍ଲାଟଫର୍ମ ଲାଏନ୍ସଗେଟ୍‌ ପ୍ଲେରେ ୨୬ ନଭେମ୍ବରକୁ ରିଲିଜ୍‌ କରାଯିବ ।
 ଓଟିଟି ପ୍ଲାଟଫର୍ମରେ ଲାରାଙ୍କ ନୂଆ ସିରିଜ୍‌
କିଛି ଦିନ ତଳେ ରାଜକୁମାର ରାଓ ଏକ ଭିଡିଓ ମାଧ୍ୟମରେ ଶୋର କଳାକାରଙ୍କୁ ଦର୍ଶକଙ୍କ ସମ୍ମୁଖକୁ ଆଣିଥିଲେ । ଏଥିରେ ଲାରା ଦତ୍ତା ବସୁ ରାଓ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ବସୁ (ଲାରା) ଜଣେ ସିଙ୍ଗଲ୍‌ ମଦର୍‌, ଯିଏ ନିଜର ଡେଟିଂ ଅପସନ୍‌କୁ ନେଇ ସବୁବେଳେ ଦ୍ୱନ୍ଦରେ ରହିଥାନ୍ତି । ଏହାସହ ସିରିଜର ଏକ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି, ଯେଉଁଥିରେ ଲାରା ବାଥଟବ୍‌ରେ ଥିବା ନଜର ଆସୁଛନ୍ତି ।
 ଓଟିଟି ପ୍ଲାଟଫର୍ମରେ ଲାରାଙ୍କ ନୂଆ ସିରିଜ୍‌
ସେପଟେ ଲାରା ଦତ୍ତାଙ୍କ ଡେଟିଂ ଆପ୍‌ ସହ ଜଡ଼ିତ ଖବର ଏହିଠାରୁ ହିଁ ଆରମ୍ଭ ହୋଇଥିଲା । କୁହାଯାଉଛି ଯେ ଲାରା ନିଜର ଏହି ଆଗାମୀ ସିରିଜ୍‌ର ପ୍ରମୋଶନ ପାଇଁ ଏହି ଉପାୟ ଆପଣାଇଥିଲେ । ତେବେ ଏହି ସିରିଜ୍‌ ଓଟିଟି ପ୍ଲାଟଫର୍ମ ଲାଏନ୍ସଗେଟ୍‌ ପ୍ଲେ ପ୍ରଥମ ଭାରତୀୟ ଓରିଜିନାଲ କଣ୍ଟେଟ୍‌ । ଶେଷ ଥର ଲାରା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ବେଲ୍‌ ବଟମ୍‌ରେ ଅଭିନୟ କରିଥିଲେ । ଏଥିରେ ସେ ଇନ୍ଦିରା ଗାନ୍ଧିଙ୍କ ଚରିତ୍ର ନିର୍ବାହ କରିଥିଲେ । ଲାରାଙ୍କ ଇନ୍ଦିରା ଲୁକ୍‌ ଏବଂ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ ।

Launching Ceremony of “AYUSHMAN BHARAT

Comments are closed.